ନିଶା କାରବାର ଅଭିଯୋଗରେ ଦୁଇ ଅଭିଯୁକ୍ତ ଗିରଫ
ଅଧିକ ଦର ରେ ବିକ୍ରୀ ଚାଲିଛି କଫ ସିରପ ସହ ନିଶା ଟେବଲଟ।

ବଲାଙ୍ଗିର,ତା୧୮-୦୮: କଫ ସିରଫ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗ ରେ ଦୁଇ ଜଣ ଯୁବକ ଙ୍କୁ ବଲାଙ୍ଗୀର ଟାଉନ୍ ଥାନା ପୋଲିସ ଗିରଫ କରିଛି l ଏଇ ଦୁଇ ଜଣ ହେଲେ ସୁଧାଂଶୁ ସାହୁ,ଗଜ ତଥା ଆଉ ଜଣେ ସୁରୁବାବୁ ଅଦାବରିଆ ବୋଲି ପୋଲିସ ସୂଚନା ଦେଇଛି l ଦୁହେଁ ବଲାଙ୍ଗିର ସହର ଠିକାଦାର ପଡ଼ାର ବାସୀନ୍ଦା ହୋଇଥିବା ବେଳେ ଏମାନେ ଦୁହେଁ ମିଶି ଘରେ କଫ ସିରଫ, କୋରେକ୍ସ ଓ ଅନ୍ୟନ୍ୟ ନିଶା ଦ୍ରବ୍ୟ ରଖି ବିକ୍ରି କରୁଥିଲେ l ଏ ମାନଙ୍କ ଠାରୁ କଫ ସିରଫ୍ ଓ ନିଶା ବଟିକା ଜବତ କରିବା ସହ ଟାଉନ୍ ଥାନା କେଶ୍ ନମ୍ବର୍ ୪୨୫, ଆଇ ପି ସି ଧାରା ୪୫୭,୩୮୦,୩୮୦ ଓ ୩୪ କ୍ରମେ ଉକ୍ତ ଦୁଇ ନିଶା ବେପାରି ଙ୍କୁ ଘରେ ଥିବା ସମୟରେ ପୋଲିସ କାବୁ କରିବାରେ ସଫଳ ହୋଇଛି । ତିନି ସହ ପଚାଶ ରୁ ଏବେ ୪୦୦ ରୁ ୪୫୦ ଟଙ୍କା ମୂଲ୍ୟ ରେ ଏହି ନିଶା କଫ ସିରଫ ଅଧିକ ମୂଲ୍ୟ ରେ ପୂର୍ବବତ ବିକ୍ରୀ ହେଉଥିବା ଜଣା ଯାଇଛି।