ମଇଁଷିକୁ ଧକ୍କା ଦେଇ ଟ୍ରେନ ଲାଇନ୍‌ଚ୍ୟୁତ

ମଇଁଷିକୁ ଧକ୍କା ଦେଇ ଟ୍ରେନ ଲାଇନ୍‌ଚ୍ୟୁତ

ଝାରସୁଗୁଡ଼ା-ସମ୍ବଲପୁର ମେମୁ (୦୮୧୬୯) ଟ୍ରେନ ଲାଇନ୍‌ଚ୍ୟୁତ ହୋଇଛି। ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ବେଳେ ମେମୁ ଟ୍ରେନ ଲାଇନଚ୍ୟୁତ ହୋଇଛି। ମଇଁଷିକୁ ଧକ୍କା ଦେଇ ଟ୍ରେନ୍‌ଟି ସରଲା ନିକଟରେ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି। ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ମଇଁଷିର ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କ୍ଷୟକ୍ଷତି ହୋଇନଥିବା ରେଳ ବିଭାଗ ଡିଆରଏମ ବିନିତ ସିଂ ସୂଚନା ଦେଇଛନ୍ତି।

ଘଟଣାରୁ ପ୍ରକାଶ ଯେ, ସଂଧ୍ୟା ପାଖାପାଖି ୬ଟା୨୫ ମି. ସମୟରେ ଟ୍ରେନ୍‌ ଝାରସୁଗୁଡ଼ା ପଟରୁ ସମ୍ବଲପୁରକୁ ଆସୁଥିବା ସମୟରେ ଏକ ମଇଁଷିକୁ ଧକ୍କା ଦେଇଥିଲା। ଟ୍ରେନ ଚାଳକ ବ୍ରେକ୍‌ ଦଉ ଦଉ ମଇଁଷି ୪ ନଂ ବଗି ଯାଏ ଚାଲିଯାଇଥିଲା। ଏହପରେ ୪ନଂ ବଗିଟି ଲାଇନ୍‌ଚ୍ୟୁତ ହୋଇଥିଲା। ଟ୍ରେନ୍‌ରେ ପ୍ରାୟ ୨ଶହ ଯାତ୍ରୀ ଯାତ୍ରା କରିଥିବାବେଳେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏହାର ତଦନ୍ତ ଚାଲିଥିବା ଡିଆରଏମ କହିଛନ୍ତି।