ପ୍ରସିଦ୍ଧ ଶିଲ୍ପପତି ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ମହିଳା ଡାକ୍ତର ଆଣିଲେ ସଙ୍ଗୀନ୍ ଅଭିଯୋଗ । ବଢିଲା ଜେଏସଡ଼ବ୍ଲୁ ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲଙ୍କ ଅଡ଼ୁଆ ।

ପ୍ରସିଦ୍ଧ ଶିଲ୍ପପତି ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ଦେଶର ଜଣାଶୁଣା ଉଦ୍ୟୋଗପତି ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ମହିଳା ଡାକ୍ତର । ମହିଳା ଡାକ୍ତର ମୁମ୍ବାଇ ବିକେସି ପୋଲିସ ଷ୍ଟେସନରେ ଜିନ୍ଦଲଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ମହିଳାଙ୍କ ଅଭିଯୋଗ ଯେ, ବିଦେଶରେ ଆୟୋଜିତ ଏକ କ୍ରିକେଟ ମ୍ୟାଚ୍ ସମୟରେ ଦୁହିଁଙ୍କର ଭେଟ ହୋଇଥିଲା । ଏହି ସାକ୍ଷାତ ପରେ ଦୁହିଁଙ୍କ ଭିତରେ ସମ୍ପର୍କ ବଢିଥିଲା । ଏହାର ସୁଯୋଗ ନେଇ ସଜ୍ଜନ ଜିନ୍ଦଲ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏହି ଘଟଣା ୨୦୨୨ ରେ ଘଟିଥିଲେ ଏବେ ଅଭିଯୋଗକାରୀ ଏବେ ଏଫଆଇଆର ଦାଏର କରିଛନ୍ତି ।

ମହିଳା ଡାକ୍ତରଙ୍କ ଅଭିଯୋଗ ମୁତାବକ, ୨୦୨୧ରେ ସେ ନିଜ ଭାଇଙ୍କ ସହ ବିଦେଶରେ ହେଉଥିବା ଏକ କ୍ରିକେଟ ମ୍ୟାଚ ଦେଖିବାକୁ ଭିଆଇପି ବକ୍ସରେ ବସିଥିବାବେଳେ ସଜ୍ଜନ ଜିନ୍ଦଲଙ୍କ ସହ ତାଙ୍କର ଦେଖାହୋଇଥିଲା । ଦୁହିଁଙ୍କ ମଧ୍ୟ ରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ମୋବାଇଲରେ କଥା ମଧ୍ୟ ଲଗାତାର ହୋଇଥିଲା । ତାଙ୍କର ନିଜ ସ୍ତ୍ରୀଙ୍କ ସହ ସମ୍ପର୍କ ଭଲ ନାହିଁ କେବଳ ପିଲାମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନେ ସ୍ୱାମୀ ସ୍ତ୍ରୀ ଭଳି ଚଳୁଛନ୍ତି ବୋଲି ମହିଳାଙ୍କୁ କହିଥିଲେ ସଜ୍ଜନ ଏବଂ ତାଙ୍କୁ ଭେଟିବାକୁ ହୋଟେଲକୁ ଡାକିଥିଲେ । ଏଥିପାଇଁ ମହିଳା ଡାକ୍ତର ୨୦୨୧ ଡିସେମ୍ବର ୨୪ ତାରିଖରେ ହୋଟେଲ ତାଜ୍ ଲ୍ୟାଣ୍ଡସରେ ଏକ ସୁଇଟ୍ ବୁକ୍ କରିଥିଲେ । ଏହାପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଦୃଢ ହୋଇଥିଲା । ଦୁହିଁଙ୍କର ବ୍ୟବସାୟକୁ ନେଇ ମୁମ୍ବାଇରେ ମଧ୍ୟ ଅନେକ ସମୟରେ ଦେଖାହୁଏ । ଏହି ସମୟରେ ସଜ୍ଜନ ତାଙ୍କୁ ଯୌନ ଉତ୍ପୀଡନ କରିଥିବା ମହିଳା ଡାକ୍ତର ଅଭିଯୋଗରେ ଉଲ୍ଲେଖ କରିଛନ୍ତି ।

କେବଳ ଏତିକି ନୁହେଁ ମହିଳାଙ୍କୁ ଅଫିସର ପେଣ୍ଟ ହାଉସ୍ ବୁଲାଇବାକୁ ନେବା କହି ୨୦୨୨ ଜାନୁଆରୀ ୨୪ରେ ତାଙ୍କୁ ଦୁଷ୍କର୍ମ କରିଥିଲେ ସଜ୍ଜନ । ପୀଡିତା ଏନେଇ ଫେବୃଆରୀରେ ବିକେସି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ପୋଲିସ ଏହାକୁ ଏଫଆଇଆରରେ ବଦଳାଇନଥିଲା । ତେଣୁ ସେ ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ଘଟଣାର ଗମ୍ଭୀରତାକୁ ବିଚାର କରି ଏଫଆଇଆର ଦାଏର କରିବାକୁ ପୋଲିସକୁ କଡା ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପରେ ପୋଲିସ ଏଫଆଇଆର ଦାଏର କରିଥିଲେ ବି ପଚରାଉଚୁରା ପାଇଁ ଏଯାଏଁ କାହାକୁ ଡାକିନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳା ଡାକ୍ତର । 

ଦୁଷ୍କର୍ମ ଅଭିଯୋଗରେ ସଜ୍ଜନ ଜିନ୍ଦଲଙ୍କ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ପୋଲିସ । ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଷ୍କର୍ମ ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଅଭିଯୋଗ ମୁତାବକ, ଅଭିଯୋଗକାରିଣୀ ସଜ୍ଜନ ଜିନ୍ଦଲଙ୍କୁ ପ୍ରଥମ ଥର ୨୦୨୧ ଅକ୍ଟୋବର ୮ରେ ଦୁବାଇରେ ଭେଟିଥିଲେ । ବର୍ତ୍ତମାନ ତାଙ୍କ ବୟାନ ଆଧାରରେ ଜିନ୍ଦଲଙ୍କ ବିରୋଧରେ ୩୭୬ ଓ ୩୫୪ ସମେତ ଆଇପିସିର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି । ଏହାପରେ ବଢିଛି ଜେଏସଡ଼ବ୍ଲୁ ଗ୍ରୁପ୍‌ ସିଏମ୍‌ଡି ସଜ୍ଜନ ଜିନ୍ଦଲଙ୍କ ଅଡ଼ୁଆ ।