ଘୋଷଣା ହେଲା ଅଶ୍ବିନୀ ବୈଷ୍ଣବଙ୍କ ନାମ

ଅଶ୍ବିନୀ ବୈଷ୍ଣବ ହେବେ ବିଜେପିର ଓଡିଶା ରାଜ୍ୟସଭା ପ୍ରାର୍ଥୀ

ଘୋଷଣା ହେଲା ଅଶ୍ବିନୀ ବୈଷ୍ଣବଙ୍କ ନାମ

ଭୁବନେଶ୍ବର: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟିଛି। କେନ୍ଦ୍ରୀୟ ବିଜେପି ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶା ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି। ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରୁ ପ୍ରକାଶିତ ରାଜ୍ୟସଭା ପ୍ରାର୍ଥୀ ତାଲିକାରେ ଓଡିଶାରୁ ଅଶ୍ବିନୀ ବୈଷ୍ଣବଙ୍କ ନାମ ରହିଛି।

ସବୁ ଚର୍ଚ୍ଚାର ଅନ୍ତ ଘଟିଲା। ପୁଣି ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷେଣା କଲା ବିଜେପି । ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଗତ ଥର ମଧ୍ୟ ଅଶ୍ୱିନୀଙ୍କୁ ବିଜେପି ଓଡ଼ିଶାରୁ ରାଜ୍ୟସଭାକୁ ପଠାଇଥିବା ବେଳେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଶ୍ୱିନୀ ରାଜ୍ୟସଭାକୁ ଯିବେ ।  ଓଡ଼ିଶାରୁ ଏବେ ରାଜ୍ୟସଭାକୁ ଯିବେ ୩ ପ୍ରାର୍ଥୀ । ଗତକାଲି ବିଜେଡିର ୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରି ସାରିଛନ୍ତି ।  ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆଉ ଦୁଇଦିନ ରହିଲା । ୧୫ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଛି । ଏହା ପୂର୍ବରୁ ବିଜେଡି ଗତକାଲି ଦୁଇଟି ଆସନରେ ପ୍ରାର୍ଥୀପତ୍ର ଦାଖଲ କରିସାରିଛି ।

ପୂର୍ବରୁ ବିଜେଡି ଏହି ଆସନଟି ବୈଷ୍ଣବଙ୍କୁ ଦେବା ପାଇଁ ଖାଲି ରଖିଥିଲା। କୌଣସି ପ୍ରାର୍ଥୀଙ୍କ ନାମ ଘୋଷଣା କର ନ ଥିଲା। ଫଳରେ ସମସ୍ତେ ଆଶା କରୁଥିଲେ ଯେ, ବୈଷ୍ଣବ ପୁଣି ଥରେ ଓଡିଶାରୁ ରାଜ୍ୟସଭା ଯିବେ। ସେ ଚର୍ଚ୍ଚା ବର୍ତ୍ତମାନ ସତ ହୋଇଛି। ଆଜି ବୈଷ୍ଣବ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିବେ।

ସୂଚନାଯୋଗ୍ୟ ରାଜ୍ୟରେ ଖାଲି ପଡ଼ିଥିବା ୩ଟି ରାଜ୍ୟସଭା ଆସନ ମଧ୍ୟରୁ ୨ଟି ପାଇଁ ବିଜେଡି ସୋମବାର ନିଜର ପ୍ରାର୍ଥୀ ଘୋଷଣା କରିଥିଲା। କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ବିଜେଡି ଉପସଭାପତି ପୁରୀର ଶୁଭାଶିଷ ଖୁଣ୍ଟିଆଙ୍କୁ ଦଳ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଥିଲା। ଗତକାଲି  ମଧ୍ୟ ଦେବାଶିଷ ଓ  ଶୁଭାଶିଷ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଥିଲେ।