ବିଜେଡି ର ଘୋଷଣା, ରାଜ୍ୟସଭା ନିର୍ବାଚନରେ ଅଶ୍ବିନୀ ବୈଷ୍ଣବଙ୍କୁ କରିବ ସମର୍ଥନ

ଆଜି ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି

ବିଜେଡି ର ଘୋଷଣା, ରାଜ୍ୟସଭା ନିର୍ବାଚନରେ ଅଶ୍ବିନୀ ବୈଷ୍ଣବଙ୍କୁ କରିବ ସମର୍ଥନ

ଭୁବନେଶ୍ବର: ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ବିନୀ ବୈଷ୍ଣବଙ୍କ ନାମ ବିଜେପି ଘୋଷଣା କରିବା ପରେ ବିଜେଡି ତାହାକୁ ସମର୍ଥନ କରିଛି। ଆଜି ଦଳ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦସ୍ତଖତରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ପ୍ରାର୍ଥୀତ୍ବକୁ ବିଜେଡି ସମର୍ଥନ କରୁଛି।

ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଅଶ୍ୱିନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯାଇଛି। ଓଡ଼ିଶାରୁ ରାଜ୍ୟସଭା ଯିବେ ୩ ସଦସ୍ୟ। ମଙ୍ଗଳବାର ବିଜେଡିର ୨ଜଣ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ଓ ଶୁବାଶିଷ ଖୁଣ୍ଟିଆ ନାମାଙ୍କନ ଦାଖଲ କରିସାରିଥିବା ବେଳେ ବୁଧବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରାର୍ଥୀପତ୍ର ଦାଖଲ କରିପାରନ୍ତି। ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ପକ୍ଷରୁ ସମର୍ଥନ ନେଇ ପ୍ରେସ ରିଲିଜ ଜାରି କରାଯାଇଛି। ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବ।

ପୂର୍ବରୁ ଏହି ଆଶଙ୍କା ସୃଷ୍ଟି ହୋଇଥିଲା। କାରଣ ବିଜେଡି ତିନୋଟି ରାଜ୍ୟସଭା ଆସନରେ ଜିତିବାକୁ ଥିଲେ ମଧ୍ୟ ଦୁଇଟି ଆସନରେ ପ୍ରାର୍ଥୀ ଦେଇଥିଲା। ଫଳରେ ଅନ୍ୟ ଆସନଟି ପୂର୍ବପରି ଅଶ୍ବିନୀ ବୈଷ୍ଣବଙ୍କୁ ଦିଆଯିବ ବୋଲି ଚର୍ଚ୍ଚା ଚାଲିଥିଲା। ଯାହା ସତ ବୋଲି ପ୍ରମାଣିତ ହୋଇଛି।