ଜଙ୍କିଆ ଓ ନିରାକାରପୁର ପୁଲିସ ପକ୍ଷରୁ ରାସ୍ତାରେ ଗାଡି ମୋଟର ଯାଞ୍ଚ

ଜଙ୍କିଆ ଓ ନିରାକାରପୁର ପୁଲିସ ପକ୍ଷରୁ  ରାସ୍ତାରେ ଗାଡି ମୋଟର ଯାଞ୍ଚ

ବେଳକୁ ବେଳ ଜାତୀୟ ରାଜପଥ ଓ ନୂଆଜଗନ୍ନାଥ ସଡ଼କରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଘଟିବା ସହ ଅମାନିଆ ଙ୍କ ଯୋଗୁଁ ଦୁର୍ଘଟଣାମାନ ବୃଦ୍ଧି ପାଇବାରେ ଲାଗିଛି |ତେଣୁ ଏହାକୁ ରୋକିବା ନିମନ୍ତେ ଜିଲ୍ଲା ପୁଲିସର ନିର୍ଦ୍ଧେଶ କ୍ରମେ ଆଜି ସଂନ୍ଧ୍ୟାରେ ଜଙ୍କିଆ ପୁଲିସ ପକ୍ଷରୁ ୧୬ ନମ୍ବର ଜାତୀୟ ରାଜପଥର ଗୋଡିପଡା ଟୁଲଗେଟ ଠାରେ ଓ ନିରାକାରପୁର ପୁଲିସ ପକ୍ଷରୁ ଥାନା ସମ୍ମୁଖ ନୂଆଜଗନ୍ନାଥ ସଡ଼କ ଉପରେ ଗାଡି ମୋଟର ସବୁ ଯାଞ୍ଚ କରୁଥିବା ଦେଖିବାକୁ ମିଳିଥିଲା |

ଯାଞ୍ଚବେଳେ ୨ଚକିଆ ଯାନ ଚାଳକ ମାନଙ୍କର ଡ୍ରାଇଭିଂ ଲାଇସେନ୍ସ ସହ ହେଲମେଟ ଓ ଅନ୍ୟାନ୍ୟ ଯାନ ମାନଙ୍କୁ ମଧ୍ୟ ଚେକିଂ କରାଯାଇଥିଲା |କେତେକ ଅମାନିଆ ଚାଳକ ମାନଙ୍କ ଠାରୁ ଜୋରିମାନା ମଧ୍ୟ କରାଯାଇଥିବା ଜଙ୍କିଆ ଥାନା ଅଧିକାରିଣୀ ପ୍ରଜ୍ଞା ୠତୁମ୍ଭରା କର ଓ ନିରାକାରପୁର ଥାନା ଅଧିକାରିଣୀ ସୁଚିତ୍ରା ଜେନା ସୂଚନା ଦେଇଛନ୍ତି |

ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ