ଭୁବନେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି, କାଲି ପାରାଦ୍ଵୀପ ବୋଇତ ବନ୍ଦାଣ ଉତ୍ସବରେ କରିବେ ଅଂଶଗ୍ରହଣ

ଭୁବନେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି, କାଲି ପାରାଦ୍ଵୀପ ବୋଇତ ବନ୍ଦାଣ ଉତ୍ସବରେ କରିବେ ଅଂଶଗ୍ରହଣ

ଭୁବନେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି, କାଲି ପାରାଦ୍ଵୀପ ବୋଇତ ବନ୍ଦାଣ ଉତ୍ସବରେ କରିବେ ଅଂଶଗ୍ରହଣ

ଭୁବନେଶ୍ବର ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜି ରାଜଭବନରେ ରାତ୍ରୀଯାପନ । କାଲି ସକାଳେ ପାରାଦ୍ବୀପ ବୋଇତ ବନ୍ଦାଣ ଉତ୍ସବରେ କରିବେ ଅଂଶଗ୍ରହଣ ।

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି,ସଂଧ୍ୟାରେ ସେ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଛନ୍ତି । ସେଠାରୁ ସେ କଡା ସୁରକ୍ଷା ମଧ୍ୟରେ ରାଜଭବନରେ ପହଞ୍ଚିଛନ୍ତି । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ମୁର୍ମୁ ଆଜି ରାଜଭବନରେ ରାତ୍ରୀଯାପନ କରିବେ । ଆସନ୍ତାକାଲି(ସୋମବାର) ସେ ପାରାଦ୍ବୀପ ବୋଇତ ବନ୍ଦାଣ ଉତ୍ସବରେ ଅଂଶଗ୍ରହଣ କରିବେ । ପାରାଦ୍ବୀପ ପୋର୍ଟ ପକ୍ଷରୁ ଏହି ବୋଇତ ବନ୍ଦାଣ ଉତ୍ସବ ଆୟୋଜନ କରାଯାଉଛି । ଏଥିପାଇଁ ଉଭୟ ଭୁବନେଶ୍ବର ଓ ପାରାଦ୍ବୀପ ବେଳାଭୂମିର ବୋଇତ ବନ୍ଦାଣ କାର୍ଯ୍ୟକ୍ରମସ୍ଥଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ଆସନ୍ତାକାଲି ସକାଳେ ପ୍ରାୟ 8ଟା ବେଳେ ରାଷ୍ଟ୍ରପତି ରାଜଭବନରୁ କଡା ସୁରକ୍ଷା ବଳୟ ମଧ୍ୟରେ ପୁଣି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ଅଭିମୁଖେ ବାହାରିବେ । ସେଠାରୁ ସେ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପାରାଦ୍ବୀପ ଅଭିମୁଖେ ଉଡାଣ ଭରିବେ । ପରେ ସେ କାର୍ଯ୍ୟକ୍ରମରେ ସାମିଲ ହୋଇ ଅପରାହ୍ନରେ ପୁଣି ରାଜଧାନୀ ଭୁବନେଶ୍ବର ଫେରିବେ । ଆସନ୍ତାକାଲି (ସୋମବାର) ସଂଧ୍ୟାରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପାରାଦ୍ବୀପ ପୋର୍ଟ ପକ୍ଷରୁ ଏହି ବୋଇତ ବନ୍ଦାଣ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଭୁବନେଶ୍ବର ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ପାରାଦ୍ବୀପରେ ଜଗତସିଂପୁର ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ।