ମୂର୍ତ୍ତି ବିସର୍ଜନ ସମୟରେ ଘଟିଲା ଅଘଟଣ

ମା ଆଖି ଆଗରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଭାସିଗଲା ପୁଅ..କେହି କିଛି କରିବା ଆଗରୁ ସବୁ ସରିଗଲା.. ଏ ଦୃଶ୍ୟକୁ ଟିକେ ଦେଖନ୍ତୁ ଆଂଜ୍ଞା, ମା ଟି କିପରି ନିଜ ପୁଅର ମୃତ୍ୟୁ ଦେଖି ବାହୁନି ବାହୁନି କାନ୍ଦୁଛି … ପ୍ରତେକ ମା ନିଜ ପିଲାଙ୍କୁ ବହୁତ ଭଲ ପାଆନ୍ତି , ତାଙ୍କ ଦୀର୍ଘ ଜୀବନର କାମନା କରନ୍ତି , କିନ୍ତୁ ଏ ମା ଜଣଙ୍କ ଏତେ ଅସହାୟ ହୋଇପଡିଛନ୍ତି , ନିଜ ପୁଅ କୁ ବଞ୍ଚାଇ ନପାରି କାନ୍ଦି କାନ୍ଦି ଆଖିରୁ ଲୁହ ସରୁନି… ସୂଚନା ଅନୁସାରେ ଗତ କାଲି ନାଗାବଳୀ ନଦୀ ଚେକାଗୁଡା ବ୍ରିଜ ନିକଟରେ ଗଣେଶ ମୂର୍ତ୍ତି ବିସର୍ଜନ ପାଇଁ ଏହି ଯୁବକ ଜଣକ ନିଜ ମା ସହ ଆସିଥିଲେ, ଯୁବକଙ୍କ ନା ହେଉଛି ଶ୍ରୀନିବାସ ଅଶୋକ କୁମାର ବୟସ ମାତ୍ର 32 ବର୍ଷ. ରାୟଗଡ଼ା ସହର ମାଙ୍କଡ଼ଝୋଲା ଅଞ୍ଚଳରେ ସେ ତାଙ୍କ ମା ଙ୍କ ସହିତ ସହିତ ଗଣେଶ ମୂର୍ତି ବିସର୍ଜନ କରିବକୁ ଆସିଥିଲେ । ମା’ କୁ ବ୍ରିଜ ଉପରେ ଠିଆ କରାଇ ନିଜେ ଚାଲିଗଲେ ନଦୀ ପାଖକୁ .. କିନ୍ତୁ ସେଠି ତାଙ୍କୁ ମୃତ୍ୟୁ ଛକି ବସିଥିଲା , ଶେଷରେ ନଈ ମଝିକୁ ଯାଇ ମୂର୍ତ୍ତି ବିସର୍ଜନ କରୁଥିବା ସମୟରେ ନାଗାବଳୀ ନଦୀର ପ୍ରଖର ସ୍ରୋତରେ ଭାସି ଗଲେ ।
ସେହି ସମୟର କେବଳ ମା’ଙ୍କ ଛଡ଼ା କେହି ନଥିଲେ ସେହି ବ୍ରିଜ ଉପରେ , ଆଉ ମା’ର ଆଖି ଆଗରେ ପୁଅ ଭାସିଯାଇଥିବା ଦେଖି କେବଳ ଚିତ୍କାର ଛଡ଼ା କିଛି ଉପାୟ ନଥିଲା ତାଙ୍କ ପାଖେ , ଖବର ପାଇ ଆଖପାଖ ଅଞ୍ଚଳର ବାସିନ୍ଦା ପହଞ୍ଚିବା ପରେ ଅଗ୍ନିଶମ ବିଭାଗକୁ ଖବର କରିଥଲେ।ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।ମୂର୍ତ୍ତି ବିସର୍ଜନ ସମୟରେ ଘଟିଲା ଅଘଟଣ । ଆଖି ପିଛୁଳାକେ ନଦୀରେ ଭାସିଗଲେ ଯୁବକ, ଦୂରରୁ ଥାଇ ମା’ ଟି ଚିତ୍କାର କରି ପୁଅ କୁ ଡାକୁଥିଲା, ମୋ ପୁଅ କୁ କିଏ ବଞ୍ଚାଅରେ.. କିନ୍ତୁ ଦଇବ ଦାଉ ସାଜିଲା ସେଇ ମା ଉପରେ .. ଆଉ ଦେଖୁ ଦେଖୁ ନଦୀର ପ୍ରଖର ସ୍ରୋତରେ ଭାସିଗଲା ପୁଅ। ଏ ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ବିଦାର ହୋଇଯିବ ନିଶ୍ଚୟ ।ଏତେ ବଡ ଭୟାନକ ନଦୀର ପ୍ରଖର ସ୍ରୋତ ଦେଖି ଯେ କେହି ବି ଡରିଯିବ, କିନ୍ତୁ ଏଠି ଯୁବକ ଜଣଙ୍କ ମୂର୍ତି ବିସର୍ଜନ କରିବାକୁ ଚାଲି ଆସିଲେ , ଆଉ ଭାସି ଗଲେ , ଦେଖୁ ଦେଖୁ କୁଆଡେ ଚାଲିଗଲେ କିଛି ଜଣା ବି ପଡ଼ିଲାନି… ମା ବି କଣ କରିପାରିବ, ବ୍ରିଜ ଉପରେ ଠିଆ ହୋଇ ଏ ଦୃଶ୍ୟକୁ ଦେଖି ସମସ୍ତଙ୍କୁ ବୁଲି ବୁଲି ସାହାଯ୍ୟ ମାଗୁଥିଲେ , କିନ୍ତୁ ଭଗବାନ ବି କଠୋର ହୋଇଗଲେ .. ମା କଥା ଶୁଣିଲେନି .. ଶେଷରେ ପ୍ରଭୁ ଗଣେଶ ନିଜ ସାଥିରେ ଏ ପୁଅଟିକୁ ନେଇ ଚାଲିଗଲେ l