ପୁଣି ଜିତିଲା ଭାରତ
୨ୟ ଟ୍ବେଣ୍ଟି ଟ୍ବେଣ୍ଟିରେ ସହଜ ବିଜୟ ହାସଲ କରିଛି ଭାରତୀୟ ଦଳ ।

ପୁଣି ଚମକିଲେ ସୂର୍ଯ୍ୟ । ପୁଣି ଜିତିଲା ଭାରତ । ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ ଶ୍ରୀଲଙ୍କା ଉପରେ ଭାରି ପଡିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ୨ୟ ଟ୍ବେଣ୍ଟି ଟ୍ବେଣ୍ଟିରେ ସହଜ ବିଜୟ ହାସଲ କରିଛି ଭାରତୀୟ ଦଳ । ଏହା ସହିତ ୩ ଟିକିଆ ଟି୨୦ ସିରିଜ୍ରେ ୨-୦ରେ ଆଗୁଆ ସିରିଜ୍ କବ୍ଜା କରିନେଇଛି ଟିମ୍ ଇଣ୍ଡିଆ ।
ବର୍ଷା ବାଧାପ୍ରାପ୍ତ ମ୍ୟାଚ୍ରେ DLS ମେଥୋଡ୍ରେ ଜିତିଛି ଭାରତ । ୭ ଓ୍ବିକେଟ୍ରେ ପରାସ୍ତ ହୋଇଛି ଶ୍ରୀଲଙ୍କା ।
ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିବା ଘରୋଇ ଶ୍ରୀଲଙ୍କା ନିର୍ଦ୍ଧରାତ ଓଭରରେ ୯ ଓ୍ବିକେଟ୍ ହରାଇ ସଂଗ୍ରହ କରିଥିଲା ୧୬୧ ରନ୍ । ଦଳ ପକ୍ଷରୁ କୁଶଲ ପେରେରା ଅର୍ଦ୍ଧଶତକୀୟ (୫୩ ରନ୍) ଇନିଂସ ଖେଳିଥିଲେ । ୧୬୨ ରନ୍ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଟିମ୍ ଇଣ୍ଡିଆ ମାତ୍ର ୩ ଟି ବଲ ଖେଳିଥିବା ବେଳେ ଆରମ୍ଭ ହୋଇଥିଲା ବର୍ଷା । ଯାହା ଫଳରେ DLS ମେଥୋଡ୍ ଲାଗୁ କରାଯାଇଥିଲା । ଫଳରେ ଭାରତକୁ ୮ ଓଭରରେ ଆବଶ୍ୟକ ଥିଲା ୭୮ ରନ୍ । ଯାହାକୁ କି ଭାରତ ୬.୩ ଓଭରରେ ୩ ଓ୍ବିକେଟ୍ ହରାଇ ହିଁ ହାସଲ କରିନେଇଛି ।
ଦଳ ପକ୍ଷରୁ ସଞ୍ଜୁ ସାମସନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୨ ବଲ ଖେଳି ୪ ଚୌକା ଓ ୧ ଛକା ସହ ୨୬ ରନ୍ କରି ଆଉଟ ହୋଇଥିଲେ । ଓପନର ଯଶସ୍ବୀ ଜୟସ୍ବାଲ ୩୦ ରନ୍ କରି ଆଉଟ ହୋଇଥଇଲେ । ହାର୍ଦ୍ଦିକ ପାଣ୍ଡ୍ୟା ୨୨ ରନ୍ ଓ ଋଷଭ ପନ୍ତ ୨ ରନ୍ କରି ନଟଆଉଟ ଥିଲେ । ଶ୍ରୀଲଙ୍କା ପକ୍ଷରୁ ମହେଶ ଥିକସାନା, ଓ୍ବାନିନ୍ଦୁ ହାସାରଙ୍ଗା ଓ ମଥିସା ପଥିରାନା ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।
ମ୍ୟାଚ୍ ସାରାଂଶ:
ପ୍ରଥମ ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା ଶ୍ରୀଲଙ୍କା ନିର୍ଦ୍ଧାରିତ ଓଭରରେ ୯ ଓ୍ବିକେଟ୍ ହରାଇ ସଂଗ୍ରହ କରିଥିଲା ୧୬୧ ରନ୍ । ଦଳ ପକ୍ଷରୁ ପଥୁମ ନିସାଙ୍କା ୩୨ ରନ୍ କରି ଆଉଟ ହୋଇଥିବା ବେଳେ କୁଶଲ ମେଣ୍ଡିସ ୧୦ ରନ୍, କୁଶଲ ପେରେରା ୩୪ ବଲରୁ ୫୩ ରନ୍, କାମିନ୍ଦୁ ମେଣ୍ଡିସ୍ ୨୬ ରନ୍, ଚରିଥ ଆଶାଲଙ୍କା ୧୪ ରନ୍ କରି ଆଉଟ ହୋଇଥିଲେ । ଅନ୍ୟ କେହି ଆଖିଦୃଶିଆ ସ୍କୋର କରିପାରିନଥିଲେ ।
ଟିମ୍ ଇଣ୍ଡିଆ ପକ୍ଷରୁ ରବି ବିଷ୍ଣୋଇ ୨୬ ରନ୍ ଦେଇ ସର୍ବାଧିକ ୩ଟି ଓ୍ବିକେଟ୍ ନେଇଥିବା ବେଳେ ପାଣ୍ଡ୍ୟା ୨୩ ରନ୍ ଦେଇ ୨ଟି, ଅକ୍ଷର ପଟେଲ ୩୦ ରନ୍ ଦେଇ ୨ଟି ଓ ଅର୍ଶଦୀପ ସିଂହ ୨୪ ରନ୍ ଦେଇ ୨ଟି ଓ୍ବିକେଟ୍ ନେଇଥିଲେ ।