ନୀରଜ ଚୋପ୍ରା ହେଲେ ବିଶ୍ୱର ଏକ ନମ୍ବର ଜାଭେଲିନ୍ ଥ୍ରୋଅର୍

ଟୋଲିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଭାରତୀୟ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ରଚିଛନ୍ତି

ନୀରଜ ଚୋପ୍ରା ହେଲେ ବିଶ୍ୱର ଏକ ନମ୍ବର ଜାଭେଲିନ୍ ଥ୍ରୋଅର୍

ଟୋଲିଓ ଅଲମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଭାରତୀୟ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ରଚିଛନ୍ତି । ସେ ବିଶ୍ୱର ଏକ ନମ୍ବର ଜାଭେଲିନ୍ ଥ୍ରୋଅର୍ ହୋଇ ଇତିହାସ ରଚିଛନ୍ତି । ଏହା ସହ ସେ ଭାରତର ପ୍ରଥମ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ୨୫ ବର୍ଷୀୟ ନୀରଜ ୧୪୫୫ ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି । ସେ ବର୍ତ୍ତମାନ ବିଶ୍ୱ ବିଜେତା ଗ୍ରେନାଡାର ଆଣ୍ଡରସନ୍ ପିଟର୍ସଙ୍କୁ ପଛରେ ପକାଇ ଦେଇଛନ୍ତି ।

ଆଣ୍ଡରସନ୍ ପିଟର୍ସ ୧୪୩୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପୂର୍ବରୁ ନିରଜ ଚୋପ୍ରା ଟୋକିଓ ଅଲମ୍ପିକ୍ସରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟର ଜାଭେଲିନ ଥ୍ରୋରେ ଚାମ୍ପିୟନ ହୋଇ ଇତିହାସ ରଚିଥିଲେ । ନୀରଜ ଡାଇମଣ୍ଡ ଲିଗ୍ ରୁ ୨୦୨୩ ସିଜିନ ଆରମ୍ଭ କରିଥିଲେ । ଏଥିରେ ୮୮.୭୬ ମିଟର ଜାଭେଲିନ୍ ଫିଙ୍ଗି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ସ୍ଥାନରେ ରହିଥିଲେ ।