ସିରିଜ ହାତେଇଲା ଟିମ ଇଣ୍ଡିଆ

ଅଷ୍ଟ୍ରେଲିଆକୁ ମାତ୍ ଦେଇ ଟି-୨୦ ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ ।

ସିରିଜ ହାତେଇଲା ଟିମ ଇଣ୍ଡିଆ

ଅଷ୍ଟ୍ରେଲିଆକୁ ମାତ୍ ଦେଇ ଟି-୨୦ ସିରିଜ ଉପରେ କବଜା କରିଛି ଟିମ ଇଣ୍ଡିଆ । ଦୁର୍ବଳ ବ୍ୟାଟିଂ ପରେ ମଧ୍ୟ ଦମଦାର ବୋଲିଂ କରି ଅଷ୍ଟେଲିଆକୁ ଚକମା ଦେବାରେ ସଫଳ ହୋଇଛି ସୂର୍ଯ୍ୟବାହିନୀ । ଷ୍ଟାର ଅଲରାଉଣ୍ଡର ଅକ୍ସର ପଟେଲ ଏବଂ ଦୀପକ ଚହରଙ୍କ ସଫଳତାରେ ସିରିଜ ହାତଛଡ଼ା କରିଛି ଅଷ୍ଟ୍ରେଲିଆ । ତେବେ ଏହି ମ୍ୟାଚରେ ଭାରତର ବ୍ୟାଟିଂ ବିଭାଗ ଫେଲ ମାରିଥିବା ବେଳେ ଟିମ ଇଣ୍ଡିଆର ବୋଲିଂ ୟୁନିଟ ବିଜୟ ପ୍ରଦାନ କରିଛି ।

ତେବେ ମ୍ୟାଚରେ ଅକ୍ସର ପଟେଲ ମ୍ୟାଚରେ ସର୍ବାଧିକ ୩ଟି ୱିକେଟ ହାସଲ କରିଥିବା ବେଳେ ଦୀପକ ଚହର ୨ଟି ସଫଳତା ପାଇଛନ୍ତି । ଫଳରେ ଏହି ମ୍ୟାଚକୁ ୨୦ ରନର ଜିତି ସିରିଜ ହାତେଇଛି ଭାରତୀୟ କ୍ରିକେଟ ଟିମ୍ ।