ପୁଣି ବୁଲିବ ଡ୍ରୋନ୍‌

ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ବଢୁଥିବାରୁ ସରକାର ବିଭିନ୍ନ ପ୍ରକାର ୟୋଜନା କରିଥିଲା

ପୁଣି ବୁଲିବ ଡ୍ରୋନ୍‌

ଦିନକୁ ଦିନ ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ବଢୁଥିବାରୁ ସରକାର ବିଭିନ୍ନ ପ୍ରକାର ୟୋଜନା କରିଥିଲା । ଘରେ ବା ଘର ନିକଟରେ ଯଦି ଅଳିଆ ରହେ ତେବେ ଜନତାଙ୍କୁ ୧୦୦୦ଟଙ୍କାର ତଣ୍ଡ ଗଣିବାକୁ ହେବ ।  ସରକାରଙ୍କର ଏହି ମଶା ଜରିମାନକୁ ନେଇ ସାଧାରଣ ଜନତା କ୍ଷୁବ୍ଧ ପ୍ରକାଶ କରିଛନ୍ତି । ତେଣୁ ସରକାର ଗତବର୍ଷ ଭଳି ଏ ବର୍ଷ ମଧ୍ୟ ଡ୍ରୋନ୍‌ ସାହାର୍ଯ୍ୟରେ ଆକାଶମାର୍ଗରୁ ମଶା ମରାଯିବ । ଡ୍ରୋନ୍‌ ଟି ଘର ଚାରି ପାଖ ବୁଲି କୀଟନାଶକ ସିଚଂନ କରିବ । ପ୍ୱର୍ବ ବର୍ଷ ଏହା ଫେଲ୍‌ ହୋଇଯାଇଥିଲା । ତେବେ ଏ ବର୍ଷ ମଧ୍ୟ ଏହି ଡ୍ରୋନ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ଏନେଇ କୋଲକାତାର ଏକ ଘରୋଇ କମ୍ପାନୀ ସହ ବିଏମ୍‌ସି ଚୁକ୍ତି କରିଛି । କମ୍ପାନୀର ସଦସ୍ୟ ମ୍ୟାପିଂ ଆରମ୍ଭ କରିସାରିଲେଣି । ଆସନ୍ତା ସପ୍ତାହରେ ଆକାଶମାର୍ଗରେ ଡ୍ରୋନ୍‌ ଦେଖାଦେବ ।