ପୁଣି ଲୋକସେବା ଭବନରେ ଅଗ୍ନିକାଣ୍ଡ
ପୁଣି ଲୋକସେବା ଭବନରେ ଅଗ୍ନିକାଣ୍ଡ । ସଚିବାଳୟ ଏସସିଏସଟି ବିଭାଗରେ ନିଆଁ ଲାଗିଛି

ପୁଣି ଲୋକସେବା ଭବନରେ ଅଗ୍ନିକାଣ୍ଡ । ସଚିବାଳୟ ଏସସିଏସଟି ବିଭାଗରେ ନିଆଁ ଲାଗିଛି । ଅଗ୍ନିଶମ ବିଭାଗ ଦ୍ବାରା ନିଆଁ ଲିଭା କାର୍ୟ୍ୟ ଜାରି ରହିଛି । ଏସସିଏସଟି ବିଭାଗ ଛାତ ଉପରେ ଏସି କମ୍ପ୍ରେସରରେ ନିଆଁ ଲାଗିଛି । ଗତ ଅକ୍ଟୋବର ୩ ତାରିଖରେ ମଧ୍ୟ ଲୋକସେବା ଭବନରେ ଅଗ୍ନିକାଣ୍ଡ ହୋଇଥିଲା । ଗୋଟିଏ ମାସରେ ୨ ଥର ଲୋକସେବା ଭବନରେ ଏପରି ଅଗ୍ନିକାଣ୍ଡ ହୋଇଛି ।
ସୂଚନା ଅନୁସାରେ, ଲୋସସେବା ଭବନ ଏସ୍ସିଏସ୍ଟି ବିଭାଗ ଛାତ ଉପରେ ଏସି କମ୍ପ୍ରେସରରେ ନିଆଁ ଲାଗିଛି । ନିଆଁକୁ ନିୟନ୍ତ୍ରଣ କାରଯାଇଛି । ସର୍ଟ ସର୍କିଟରୁ ନିଆଁ ଲାଗିଛି ନା ଅନ୍ୟ କିଛି କାରଣ ଅଛି ତାହା ଜଣାପଡିନାହିଁ । ଗୋଟିଏ ମାସରେ ୨ ଥର ଅଗ୍ନିକାଣ୍ଡ ପରେ ଲୋକସେବା ଭବନରେ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଉଠିଛି । ନିଆଁ ଲାଗିବା ଫଳରେ ଲୋକସେବା ଭବନରେ କଣ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ନିଆଁ ଲାଗିବା ସମୟରେ କେହି କର୍ମଚାରୀ ନଥିବା ଜଣାପଡ଼ିଛି । କିଛି ବଡ଼ କ୍ଷତି ହେବା ପୂର୍ବରୁ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।