ସାମାଜିକ କର୍ମୀ ସୁମିତ୍ରା ସାହୁ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗାଆଁର ସାମାଜିକ କର୍ମୀ ସୁମିତ୍ରା ସାହୁ l ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗରୁ ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ପାଳନ ସପ୍ତାହ ଉପଲକ୍ଷେ ପ୍ରକୃତି ବନ୍ଧୁ ପୁରସ୍କାରରେ ପୁରସ୍କୃତ କରାଯାଇଛି l
ଆଜିର ଏହି ଉତ୍ସବ ସଦେଇ ବେରେଣୀରେ ଅନୁଷ୍ଠିତ ହୋଇ ଯାଇଛି l ଢେଙ୍କାନାଳ ବନଖଣ୍ଡ ଅଧିକାରୀଦ୍ୱାରା ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ l ତାଙ୍କ ଠାରୁ ପ୍ରକୃତି ବନ୍ଧୁ ପୁରସ୍କାର ସ୍ୱରୂପ ମାନପତ୍ର,ପୁଷ୍ପଗୁଚ୍ଛ ଏବଂ ଦଶ ହଜାର ଟଙ୍କା ଅର୍ଥ ରାଶି ଗ୍ରହଣ କରିଛନ୍ତି ସୁଶ୍ରୀ ସୁମିତ୍ରା ସାହୁ l
ସମାଜ ସେବାରେ ନିଜକୁ ନିୟୋଜିତ କରିବା ସହ ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ କ୍ଷେତ୍ରରେ ସେବା କାର୍ଯ୍ୟ ଜାରି ରଖିଛନ୍ତି,l ସାମାଜିକ ଅନୁଷ୍ଠାନ ସମ୍ଭବ ଚାରିଟେବୁଲ ଟ୍ରଷ୍ଟରେ ଜଡ଼ିତ ହୋଇ ସକ୍ରିୟ ସଦସ୍ୟା ଭାବେ ସମାଜର ମଙ୍ଗଳ ନିମନ୍ତେ ସୁନ୍ଦର ସେବା କାର୍ଯ୍ୟ କରନ୍ତି l ସମାଜ ପାଇଁ ନିଜର କର୍ତ୍ତବ୍ୟକୁ ଠିକ ରୂପେ ନିଭାଇ ଆସୁଛନ୍ତି,l ଏହି ପୁରସ୍କାର ପାଇଁ ସେ ପିତା,ମାତାଙ୍କ ପ୍ରେରଣା ଏବଂ ପ୍ରିୟ ସାଙ୍ଗ ପ୍ରମିଳା ସିଂହ ଏବଂ ସହଯୋଗୀଙ୍କୁ କୃତଜ୍ଞତା ଜଣାଇଛନ୍ତି,l ସୁମିତ୍ରା ଆଜିର ଯୁବ ପୀଢ଼ି ପାଇଁ ଉଦାହରଣ ସାଜିଛନ୍ତି l ସୁମିତ୍ରାଙ୍କର ଆଜିର ଏହି ସମ୍ମାନ ପାଇଁ ଅଞ୍ଚଳ ବାସୀ ଓ ସମ୍ଭବ ପରିବାର ତରଫରୁ ଓ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ପ୍ରଶଂସା ମିଳିଛି ।ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର