ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର
ମୋଟରସାଇକେଲ କୁ ଧକ୍କା ଦେଲା ଘରୋଇ ବସ୍ : ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

ସୁବର୍ଣ୍ଣପୁର,,,ସୋନପୁର ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ରେ ବିଭିନ୍ନ ସମୟ ରେ ରାସ୍ତା ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଛି l ଗତବର୍ଷ ମଧ୍ୟ ଏହି ଛକ ପାଖା ପାଖି ଅଟୋ କୁ ଧକ୍କା ଦେଇଥିଲା ଏକ କାର l ଫଳରେ ଅଟୋ ରେ ଥିବା ଚାରି ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିଲା l ଦ୍ରୁତ ଗତିରେ ଗାଡି ଚାଳନା ନା ଆଉ ଅନ୍ୟ କିଛି ଦୁର୍ଘଟଣା ର ମୁଖ୍ୟ କାରଣ ତାହା ବେଳେ ବେଳେ ଜାଣିବା କଷ୍ଟକର ହୋଇପଡୁଛି l
ସୋନପୁର ସିଆଲ୍ଜୁରି ନିକଟରେ ବାଇକ୍କୁ ଧକ୍କା ଦେଲା ବସ୍ । ଏହି ସଡ଼କ ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ବାଘପାଲି ଗାଁର ଦୁଶାସନ ସାହୁ ବୋଲି ଜଣାପଡିଛି । ବାଇକ୍ ଯୋଗେ ନିଜ ଘରକୁ ଫେରିବା ବେଳେ ଘଟିଲା ଦୁର୍ଘଟଣା । ଖବର ଅନୁଯାୟୀ, ବାଘପାଲି ଗାଁର ଦୁଶାସନ ସାହୁ ଏବଂ କୁନ୍ତି ସାହୁଉଭୟ ସ୍ୱାମୀ ସ୍ତ୍ରୀ ବାଇକ ଯୋଗ ନିଜ ଘରକୁ ଫେରୁଥିଲେ । ସିଆଲଜୁରି ନିକଟରେ ଚକାଡୋଲା ନାମକ ଏକ ଘରୋଇ ବସ୍ ଉଭୟଙ୍କୁ ପଛପଟୁ ଧକ୍କା ଦେଇଥିଲା । ଯାହାଫଳରେ ଉଭୟେ ଗୁରୁତର ହୋଇଥିଲେ । ଏହାପରେ ତାଙ୍କୁ ସ୍ଥାନୀୟଲୋକେ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ହେଲେ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ତେବେ ବୁର୍ଲା ନେବା ବାଟରେ ଦୁଶାସନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଅବସ୍ଥା ଗୁରୁତର ରହିଛି । ସୋନପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର