ନିର୍ବାଚନ କମିଶନଙ୍କ କଡ଼ା ଆଭିମୁଖ୍ୟ :
୨ ଜିଲ୍ଲାପାଳ ଓ ୫ ଏସ୍ପି ଙ୍କ ସମେତ ଜଣେ ଆଇଜିଙ୍କୁ ବଦଳି ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ମୋଟ୍ ୨ ଜିଲ୍ଲାପାଳ, ୫ଏସ୍ପି ଓ ଜଣେ ଆଇଜିଙ୍କୁ ବଦଳି ନିର୍ଦ୍ଦେଶ । ନିର୍ବାଚନ କାର୍ଯ୍ୟ ନଥିବା ସ୍ଥାନକୁ ବଦଳି କରିବାକୁ ନିର୍ଦ୍ଦେଶନାମାରେ କୁହାଯାଇଛି । ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶନାମା ରାଜ୍ୟସରକାରଙ୍କ ପାଖକୁ ଆସିଛି ।
୧) କଟକ ଜିଲ୍ଲାପାଳ- ବିନିତ ଭରଦ୍ୱାଜ
୨) ଜଗତସିଂହପୁର ଜିଲ୍ଲାପାଳ- ପାରୁଲ ପଟୱାରୀ
୩) ଅନୁଗଳ ଏସ୍ପି- ସୁଧାଂଶୁ ଶେଖର ମିଶ୍ର
୪) ବ୍ରହ୍ମପୁର ଏସ୍ପି- ଶ୍ରବଣା ବିବେକ
୫) ଖୋର୍ଦ୍ଧା ଏସ୍ପି- ବି.ଯୁଗୋଳ କିଶୋର
୬) ରାଉରକେଲା ଏସ୍ପି – ମିତ୍ରଭାନୁ ମହାପାତ୍ର
୭) କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ
୮) ଆଇପିଏସ୍ କନୱର ବିଶାଲ ସିଂହ
ତେବେ ମୁଖ୍ୟ ଶାସନସଚିବ ଙ୍କ ନିକଟକୁ ଆସିଥିବା ଏହି ଚିଠିରେ ଅପରାହ୍ନ ୫ଟା ସୁଦ୍ଧା ପଦକ୍ଷେପ ନେବାକୁ ଉଲ୍ଲେଖ ରହିଛି ଯାହାକୁ ନେଇ ସମଗ୍ର ରାଜ୍ୟରେ ଏକ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ପାଲଟିଛି ।