ଆଫଗାନିସ୍ତାନକୁ ୫ ଓ୍ୱିକେଟ୍ରେ ହରାଇଲା ଦକ୍ଷିଣ ଆଫ୍ରିକା
ଆଫଗାନିସ୍ତାନକୁ ୫ ଓ୍ୱିକେଟ୍ରେ ହରାଇଲା ଦକ୍ଷିଣ ଆଫ୍ରିକା

ଆଜି ଆଫଗାନିସ୍ତାନ ଓ ସାଉଥଆଫ୍ରିକା ମ୍ୟାଚ୍ ବେଶ୍ ରୋମାଞ୍ଚକର ଥିଲା। ଏହି କଡ଼ା ମୁକାବିଲାରେ ୫ ଓ୍ୱିକେଟ୍ ରେ ଜିତିନେଇଛି ସାଉଥ୍ ଆଫ୍ରିକା। ପ୍ରଥମେ ବ୍ୟାଟିଂ କରି ୨୪୫ ରନ୍ ଟାର୍ଗେଟ୍ ଦେଇଥିଲା ଆଫଗାନିସ୍ତାନ। ଏହା ଜବାବରେ ୧୫ ବଲ୍ ବାକିଥାଇ ବିଜୟ ହାସଲ କରିଛି ଆଫ୍ରିକା। ଜିତିବାକୁ ସଂଘର୍ଷ କରିଥିଲା ସାଉଥ୍ ଆଫ୍ରିକା।
ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ଓ୍ୱିକେଟ୍ ହରାଇ ୨୪୪ ରନ୍ରେ ସୀମିତ ରହିଛି। ସାଉଥ୍ ଆଫ୍ରିକାକୁ ଜିତିବାକୁ ୨୪୫ ରନ୍ର ଟାର୍ଗେଟ୍ ରହିଛି।
ଆଫଗାନିସ୍ତାନ ପକ୍ଷରୁ ଆଜମତୁଲ୍ଲା ଅପରାଜିତ ୯୭ ରନ୍ କରିଛନ୍ତି । ତେବେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିବା ଜର୍ଡାନ ମାତ୍ର ୧୫ ରନ୍ କରି ଆଉଟ୍ ହୋଇଛନ୍ତି। ଆଜମତୁଲ୍ଲାଙ୍କ ବ୍ୟତୀତ ଆଫ୍ଗାନ ଟିମ୍ର ଅନ୍ୟ ବ୍ୟାଟର୍ ଭଲ ପ୍ରଦର୍ଶନ କରିପାରିନଥିଲେ। ଏହି ମ୍ୟାଚ୍ରେ ସାଉଥ୍ ଆଫ୍ରିକାର ବିଶ୍ୱକପ୍ ଡିକ୍କ୍ ସର୍ବାଧିକ କ୍ୟାଚ୍ ଧରିବାର ରେକର୍ଡ ବି କରିଛନ୍ତି। ଗୋରଲ୍ଡ କୋଏଜି ସର୍ବାଧିକ ୪ ଓ୍ୱିକେଟ୍ ନେଇଛନ୍ତି।
ସେହିପରି ଆଫ୍ରିକାର ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଡିକକ୍ ୪୧ ରନ୍ କରି ଆଉଟ୍ ହୋଇଥିଲେ। ୬୪ ରନ୍ରେ ପ୍ରଥମ ଓ୍ୱିକେଟ୍ ପତନ ହୋଇଥିଲା। ତେବେ ୧୩୯ ରନ୍ରେ ସାଉଥ୍ ଆଫ୍ରିକାର ୪ଟି ଓ୍ୱିକେଟ୍ ହରାଇଥିଲା। ତେବେ ଏହି ସମୟରେ ଦଳକୁ ବଳ ଦେଇଥିଲେ ଦୁସେନ୍। ସେ ୯୫ଟି ବଲରେ ୭୬ ରନ୍ ସଂଗ୍ରହ କରିଛନ୍ତି। ରସିଦ୍ ଖାନ ଓ ମହମ୍ମଦ ନବି ଉଭୟେ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି।
ଆଜିର ମ୍ୟାଚ୍ ଆଫଗାନିସ୍ତାନ ପାଇଁ ଥିଲା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଫଗାନିସ୍ତାନର ନେଟ୍ ରନ୍ରେଟ୍ -୦.୩୩୮ ଥିବାରୁ ଅତିକମ୍ରେ ୪୩୮ ରନ୍ ବ୍ୟବଧାନରେ ଜିତିବାକୁ ପଡ଼ିବ। ତେବେ ଏହା ସମ୍ଭବ ହୋଇନାହିଁ।