ବିଜେଡି ଉପ ସଭାପତି ପଦରୁ ହଟିଲେ ସୌମ୍ୟରଞ୍ଜନ
ମୁଖ୍ୟମନ୍ତ୍ରୀ ଦସ୍ତଖତରେ ଜାରି ହେଲା ନିର୍ଦ୍ଦେଶନାମା । ସଚିବଙ୍କୁ ସମାଲୋଚନା କରିବାରୁ ବିଜେଡି ନେଲା କାର୍ଯ୍ୟାନୁଷ୍ଠାନ

ବିଜୁ ଜନତା ଦଳର ଉପ-ସଭାପତି ପଦରୁ ହଟିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତରେ ଜାରି ହେଲା ନିର୍ଦ୍ଦେଶନାମା ।
ସତକୁ ହଜମ କରିପାରିଲାନି ବିଜେଡି । ବିଜୁ ଜନତା ଦଳର ଉପ-ସଭାପତିରୁ ହଟିଲେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ନିର୍ଦ୍ଦେଶନାମା ଆଜି ବିଜେଡି ପକ୍ଷରୁ ଜାରି କରାଯିବା ସହିତ, ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଉପ-ସଭାପତି ପଦରୁ ହଟାଯାଇଛି ।
ତେବେ ଲଗାତାର କିଛି ଦିନ ଧରି ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିଲା । ୫ଟି କୁ ନେଇ ସମ୍ବାଦ ଖବରକାଗଜରେ ସମ୍ପାଦକୀୟ ଲେଖିଥିଲେ ସୌମ୍ୟ ପଟ୍ଟନାୟକ । ଆମ ଘରର ହାଲଚାଲରେ ସେ ୫ଟି ସଚିବଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହା ପରେ ତାଙ୍କୁ ଆଜି ବିଜେଡି ଉପ-ସଭାପତି ପଦରୁ ହଟାଯାଇଛି ।