ଶିକାରୀ ମୁକ୍ତ ହେବ ଶିମିଳିପାଳ

ବନ ବିଭାଗ ସହିତ ପୋଲିସ ମିଶିଲା, ଜଏଣ୍ଟ ଅପରେସନରେ ଶିକାରୀ ମୁକ୍ତ ହେବ ଶିମିଳିପାଳ

ଶିକାରୀ ମୁକ୍ତ ହେବ ଶିମିଳିପାଳ

ଶିମିଳିପାଳରେ ଦୁଇ ଦୁଇ ଜଣ ବନ କର୍ମଚାରୀଙ୍କୁ ଗୁଳି ହତ୍ୟାପରେ ଆକ୍ସନ ମୋଡ୍‌ରେ ପୋଲିସ ଓ ବନ ବିଭାଗ । ଏଭଳି ସ୍ପର୍ଶକାତର ଘଟଣାକୁ ଏବେ ସରକାର ଗମ୍ଭୀରତାର ସହିତ ନେଇଛନ୍ତି । ଶିମିଳିପାଳର ୬ଟି ବନଖଣ୍ଡରେ ହେବ ପୋଲିସ ଓ ବନବିଭାଗର ମିଳିତ ସର୍ଚ୍ଚ ଅପରେସନ ।

ଠାକୁରମୁଣ୍ଡା, କରଞ୍ଜିଆ , ବହଳଦା, ଜଶୀପୁର, ବାଙ୍ଗିରିପୋଷି ଓ ଉଦଳା ରେଞ୍ଜର ଅଭ୍ୟନ୍ତରୀଣ ଇଲାକା ରେ ପଶିବ ଟିମ୍ । ପ୍ରତି ଟିମରେ ଜଣେ ଇନ୍ସପେକ୍ଟର୍‌ଙ୍କ ସହିତ ୧୫ ଜଣ ପୋଲିସ ଓ ୪ଜଣ ବନ କର୍ମଚାରୀଙ୍କୁ ନେଇ ଗଠନ ହେବ ଏହି ଟିମ୍ । ବିଭିନ୍ନ ସୂତ୍ରରୁ ୨୦୦ ରୁ ୨୫୦ ଜଣ ସନ୍ଦିଗ୍ଧ ଶିକାରୀଙ୍କୁ ଖୋଜିବ ଏହି ଟିମ୍ । ସବୁଠାରୁ ଅଧିକ ସଙ୍ଗୀନ କଥା ହେଉଛି, ଶିମିଳିପାଳ ଭିତରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହେବାପରେ ଏହି ଦିଗ କୁ ଅଧିକ ଘାଣ୍ଟିବ ଏହି ଜଏଣ୍ଟ୍ ଅପରେସନ ଟିମ୍ ।