ଶିମିଳିପାଳରେ ବନ୍ଧୁକ ତିଆରି କାରଖାନା ଠାବ
ଶିମିଳିପାଳରେ ବନ୍ଧୁକ ତିଆରି କାରଖାନା ଠାବ: ଶିକାରୀ ଗିରଫ, ୨ଟି ଦେଶୀ ବନ୍ଧୁକ ଜବତ

ଶିମିଳିପାଳରେ ବନ୍ଧୁକ ତିଆରି କାରଖାନା ଠାବ ହୋଇଛି । ଶିକାରୀ ଗିରଫ ହୋଇଥିବା ବେଳେ ୨ଟି ଦେଶୀ ବନ୍ଧୁକ ଜବତ ହୋଇଛି । ଏହାସହ ଅନ୍ୟ ସରଞ୍ଜାମ ଜବତ ହୋଇଛି । ଅନ୍ୟ ଏକ ଚଢାଉରେ ୧୧୦ଟି ବଜ୍ରକାପ୍ତା କାତି ଜବତ ହୋଇଛି ।
ସୂଚନାଯୋଗ୍ୟ ଯେ, ରବିବାର ରାତିରେ ମୟୁରଭଞ୍ଜ ଜିଲ୍ଲାର ମହୁଲଡିହା ପୋଲିସ ଶିମିଳିପାଳ ଅଭୟାରଣ୍ୟରେ ସର୍ଚ୍ଚ ଅପରେସନ ବେଳେ ଏକ ଦେଶୀ ବନ୍ଧୁକ ତିଆରି କାରଖାନା ଜବତ କରିଛି । ଏହା ସହିତ ଜଣକୁ ଗିରଫ କରିଛି ପୋଲିସ । ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ଜିତୁ ଲୋହାର ନାମକ ଶିକାରୀ ଏହି ଦେଶୀ କାରଖାନା ଚଳାଉଥିଲା । ଚଢାଉ ବେଳେ ନୂଆ ତିଆରି ୨ଟି ଦେଶୀ ବନ୍ଧୁକ, ୪ଟି ବନ୍ଧୁକ ନଳୀ, ଅନ୍ୟାନ୍ୟ ସରଞ୍ଜାମ ଓ ଏକ ୱେଲ୍ଡିଂ ମେସିନ୍ ଜବତ ହୋଇଛି । ଜିତୁ ଲୋହାର ଜଙ୍ଗଲ ଭିତରେ ହିଁ ଦେଶୀ ବନ୍ଧୁକ ପ୍ରସ୍ତୁତ କରି ଶିକାରୀମାନଙ୍କୁ ଯୋଗାଉ ଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ମୟୁରଭଞ୍ଜ ଏସପି ବାତୁଲା ଗଙ୍ଗାଧର ସୂଚନା ଦେଇଛନ୍ତି ।
ସେପଟେ ଅନ୍ୟ ଏକ ଚଢାଉ ବେଳେ ୧୧୦ଟି ବଜ୍ରକାପ୍ତା କାତି ମଧ୍ୟ ପୋଲିସ ହାତରେ ଲାଗିଛି ବୋଲି ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।