ପ୍ରଭୁ ଶ୍ରୀରାମଙ୍କ ପାଇଁ ଭକ୍ତ ଦେଲେ ୨,୪୦୦ କିଲୋର ଘଣ୍ଟି

ପ୍ରଭୁ ଶ୍ରୀରାମଙ୍କ ପାଇଁ ବଡ଼ ଉପହାର; ମନ୍ଦିର ପାଇଁ ଭକ୍ତ ଦେଲେ ୨,୪୦୦ କିଲୋର ଘଣ୍ଟି

ପ୍ରଭୁ ଶ୍ରୀରାମଙ୍କ ପାଇଁ ଭକ୍ତ ଦେଲେ ୨,୪୦୦ କିଲୋର ଘଣ୍ଟି

ପ୍ରଭୁ ଶ୍ରୀରାମଙ୍କ ପାଇଁ ବଡ଼ ଉପହାର; ମନ୍ଦିର ପାଇଁ ଭକ୍ତ ଦେଲେ ୨,୪୦୦ କିଲୋର ଘଣ୍ଟି l

ଶ୍ରୀରାମ ମନ୍ଦିରକୁ ଉପହାରରେ ଦିଆଯାଇଥିବା ଘଣ୍ଟିର ଓଜନ ରହିଛି ୨ ହଜାର ୪ଶହ କେଜି । ଏହି ଘଣ୍ଟି ଅଷ୍ଟଧାତୁରେ ତିଆରି ହୋଇଛି । ଯାହାର ଦାମ୍‌ ରହିଛି ୨୫ ଲକ୍ଷ ଟଙ୍କା ।

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଚଳଚଞ୍ଚଳ ଅଯୋଧ୍ୟା । ଆଉ ଉତ୍ସବମୁଖର ସାରା ଦେଶ । ଏହାରି ଭିତରେ ପ୍ରଭୁ ଶ୍ରୀରାମଙ୍କ ପାଇଁ ଅନେକ ଉପହାର ଭକ୍ତମାନେ ଦେଉଥିବା ନଜରକୁ ଆସୁଛି । ବର୍ତ୍ତମାନ ପୁଣି ଚର୍ଚ୍ଚାର ପରିଧୀକୁ ଆସିଛି ମନ୍ଦିରରେ ଲାଗିବାକୁ ଥିବା ଏକ ବିରାଟକାୟ ଘଣ୍ଟି । ଯାହାକି ଜଣେ ଭକ୍ତ ପ୍ରଭୁଙ୍କ ପାଇଁ ଉପହାର ଦେଇଛନ୍ତି ।

ଶ୍ରୀରାମ ମନ୍ଦିରକୁ ଉପହାରରେ ଦିଆଯାଇଥିବା ଘଣ୍ଟିର ଓଜନ ରହିଛି ୨ ହଜାର ୪ଶହ କେଜି । ଏହି ଘଣ୍ଟି ଅଷ୍ଟଧାତୁରେ ତିଆରି ହୋଇଛି । ଯାହାର ଦାମ୍‌ ରହିଛି ୨୫ ଲକ୍ଷ ଟଙ୍କା । ଟ୍ରେନ୍‌ ଯୋଗେ ଏହି ଘଣ୍ଟି ଅଯୋଧ୍ୟାରେ ପହଞ୍ଚିଛି । ମଙ୍ଗଳବାର ଦିନ ଜିଲ୍ଲାର ସବ୍‌ ଡିଭିଜନ୍‌ରେ ଏହାକୁ ପ୍ରଦର୍ଶିତ କରାଯିବା ପରେ ରାମ ମନ୍ଦିରରେ ଏହି ଉପହାର ପହଞ୍ଚିଛି । ଏହି ଘଣ୍ଟି ଜିଲ୍ଲାର ଜଳେସର ସହରରୁ ଅଯୋଧ୍ୟାକୁ ଆସିଛି । ଏହି ବିରାଟକାୟ ଘଣ୍ଟିର ନିର୍ମାଣ ପାଇଁ ପ୍ରାୟ ୩୦ ଜଣ ଶ୍ରମିକ ନିୟୋଜିତ ଥିଲେ । ଘଣ୍ଟିକୁ ତିଆରି କରିବା ଲାଗି ସୁନା, ରୂପା, ତମ୍ବା, ଜିଙ୍କ, ସୀସା, ଟିଣ, ଲୁହା, ଏବଂ ମର୍କୁରି ବ୍ୟବହାର କରାଯାଇଛି । ଯାହାକି ଅଷ୍ଟ ଧାତୁ ବୋଲି କୁହାଯାଏ । ଏହି ବିରାଟକାୟ ଘଣ୍ଟିକୁ ଦେଶର ବୃହତ୍ତମ ଘଣ୍ଟି ବୋଲି କୁହାଯାଉଛି । ଅଷ୍ଟଧାତୁ ବ୍ୟବସାୟୀ ଆଦିତ୍ୟ ମିତ୍ତଲ ଏହି ଘଣ୍ଟିକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଜଲେସର ନଗର ପଞ୍ଚାୟତର ପୂର୍ବତନ ଅଧ୍ୟକ୍ଷ ବିକାଶ ମିତ୍ତଲ ଏହି ଘଣ୍ଟିକୁ ରାମମନ୍ଦିରକୁ ଉପହାର ଦେବା ପାଇଁ ନିର୍ମାଣ କରିଥିଲେ । ଯାହାକି ଖୁବ୍‌ଶୀଘ୍ର ରାମ ମନ୍ଦିରର ସେବାରେ ଲାଗିବାକୁ ଯାଉଛି ।

ସେପଟେ ପ୍ରଭୁ ଶ୍ରୀରାମଙ୍କ ପାଇଁ ମଥୁରାରୁ ମଧ୍ୟ ଯାଇଛି ବିଭିନ୍ନ ଉପହାର । ମଥୁରା ବାଙ୍କବିହାରୀଙ୍କ ତରଫରୁ ଉପହାର ସବୁ ପଠାଯାଇଛି । ଏଥିରେ ରହିଛି ରୂପାର ଏକ ବଂଶୀ, ଏକ ଶଙ୍ଖ ସହିତ ରହିଛି ନାନା ପ୍ରକାର ଅଳଙ୍କାର । ଉପହାର ଦିଆଯାଇଥିବା ଶଙ୍ଖ ରାମ ମନ୍ଦିରରେ ପୂଜା ସମୟରେ ବଜାଯିବ । ରାମ ମନ୍ଦିର ପ୍ରତିଷ୍ଠାର ମାହେନ୍ଦ୍ର ବେଳା ପାଖେଇ ଆଣିଲାଣି। ଚଳିତ ମାସ ୨୨ ତାରିଖରେ ନିଜର ଆସ୍ଥାନରେ ବିରାଜିବେ ବାଳୁତ ରାମ । ଏଥିପାଇଁ ସବୁ କାମ ଜୋରସୋରରେ ଚାଲିଛି । ସବୁ କାମ ପ୍ରାୟତଃ ସରି ଆସିଲାଣି ।