ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହେଲେ ବିଜୟ ପଟ୍ଟନାୟକ

୩ଦଫା ଦାବିରେ ୬ ଦିନ ହେବ ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ

ଶିକ୍ଷକଙ୍କ ଆନ୍ଦୋଳନରେ ସାମିଲ ହେଲେ ବିଜୟ ପଟ୍ଟନାୟକ

୩ଦଫା ଦାବିରେ ୬ ଦିନ ହେବ ଆନ୍ଦୋଳନରେ ପ୍ରାଥମିକ ଶିକ୍ଷକ । ସେପଟେ ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ବିଭିନ୍ନ ସ୍କୁଲରେ ତାଲା ପଡ଼ିଛି । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଜିଦରେ ଅଟଳ ଅଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଶିକ୍ଷକଙ୍କ ଆନ୍ଦୋଳନ ପାଇଁ ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷା ଏକପ୍ରକାର ଠପ୍ ହୋଇଯାଇଛି । ଆଜି ଭୁବନେଶ୍ୱରରେ ଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।
ସେପଟେ ଗତକାଲି ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକଙ୍କୁ ସରକାର ନାଲି ଆଖି ଦେଖାଇଥିଲେ । ଆନ୍ଦୋଳନ ବନ୍ଦ କରି ତୁରନ୍ତ କାର୍ୟ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏନେଇ ସବୁ ବିଇଓ ଏବଂ ଡିଇଓଙ୍କୁ ଚିଠି ଲେଖିଥିଲେ ସରକାର । ଚିଠିରେ କୁହାଯାଇଛି ଧାରଣା ପାଇଁ ଅଧିକାଂଶ ଶିକ୍ଷକ ଅନୁମତି ନେଇନାହାନ୍ତି । ଶିକ୍ଷକମାନେ ବର୍ଷକୁ ୨୨୦ ଦିନ ସ୍କୁଲକୁ ଆସିବା ବାଧ୍ୟତାମୂଳକ ।