ଜଗା ଦର୍ଶନ ପାଇଁ ହେବ ଡେଡିକେଟେଡ୍ କରିଡର

ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତମାନଙ୍କୁ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନି।

ଜଗା ଦର୍ଶନ ପାଇଁ ହେବ ଡେଡିକେଟେଡ୍ କରିଡର

ମହାପ୍ରଭୁଙ୍କୁ ଦେଖିବା ପାଇଁ ଭକ୍ତମାନଙ୍କୁ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନି। ଶ୍ରୀମନ୍ଦିର ଯିବାକୁ ଭକ୍ତମାନଙ୍କ ପାଇଁ ହେବ ଡେଡିକେଟେଡ୍‌ କରିଡର୍‌ । ଡେଡିକେଟେଡ୍‌ କରିଡର୍‌ ହେବା ନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ। ଭକ୍ତମାନଙ୍କ ଫିଡ୍‌ବ୍ୟାକ୍‌ ଆଧାରରେ ଏସି କରିଡର୍‌ ବ୍ୟବସ୍ଥା କରାଯିବ।

ବର୍ତ୍ତମାନ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନଙ୍କୁ ଦୀର୍ଘ ସମୟ ଧରି ଲାଇନରେ ଛିଡ଼ା ହେବାକୁ ପଡୁଛି।

ସେମାନଙ୍କ ସୁବିଧା ପାଇଁ ସ୍ପେଶାଲ କରିଡର ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ। ଏହି ସ୍ପେଶାଲ କରିଡର ମରିଚିକୋଟ ଛକଠାରୁ କରାଯିବ। ବର୍ଷ ସାରା ଏହି ବ୍ୟାରିକେଡ ରହିବ। ସେଥିପାଇଁ ଶ୍ରୀମନ୍ଦିରଠାରୁ ମରଚିକୋଟ ଛକ ପର୍ଯ୍ୟନ୍ତ ସମସ୍ତ ଦୋକାନ ଉଠାଯିବ। ରଥଯାତ୍ରା ସମୟରେ ଏହି ଡେଡିକେଟଡ୍‌ ବ୍ୟାରିକେଡ ହଟାଯିବ ବୋଲି କହିଛନ୍ତି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ।