ଆଉ ତ୍ରାହି ନାହିଁ, ସମୟ ଶେଷ
HSRP ନମ୍ବର ପ୍ଲେଟ ନଥିବା ଗାଡ଼ି ଗୁଡ଼ିକ ବିରୁଦ୍ଧରେ ଜୁନ୍ 23 ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ |

କଟକ: ଓଡିଶା ରେଜିଷ୍ଟ୍ରେସନ୍ ମାର୍କ ଥିବା 01.04.19 ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (HSRP) ର ଲଗେଇବାର ଅବଧୂ 28.02.23 ତାରିଖ ରେ ଶେଷ ହୋଇ ଯାଇଛି । ଏହା ଦେଖାଯାଉଛି ଯେ କିଛି ଗାଡି HSRP ରେଜିଷ୍ଟ୍ରେସନ୍ ପ୍ଲେଟ୍ ନଲଗାଇ ରାସ୍ତାରେ ଗାଡି ଚଳାଉଛନ୍ତି | ରାଜ୍ୟ ପରିବହନ ପ୍ରାଧ୍ୟାକରଣ, ଓଡିଶା 23 ଜୁନ୍ 2023 ରୁ HSRP ବିନା ଚାଲୁଥିବା ଯାନଗୁଡିକୁ ଚିହ୍ନଟ କରିବା ଏବଂ ଦଣ୍ଡବିଧାନ ପାଇଁ ଏକ ସ୍ବତନ୍ତ୍ର ଡ୍ରାଇଭ୍ ର ଯୋଜନା କରିଛନ୍ତି | ଏକ ପ୍ରେସ ନୋଟରେ, ଅତିରିକ୍ତ ଟ୍ରାନ୍ସପୋର୍ଟ କମିଶନର୍ ଏବଂ ଏନଫୋର୍ସମେଣ୍ଟ ଶ୍ରୀ ଲାଲମୋହନ ସେଠୀ (ସଡକ ସୁରକ୍ଷା) ସୂଚନା ଦେଇଛନ୍ତି, “07.06.23 ସୁଦ୍ଧା ମୋଟ 40,93,608 ଗାଡି ମାଲିକ ସ୍କୁଟ୍ ବୁକ୍ କରିଛନ୍ତି, ସେଥ୍ମଧ୍ୟରୁ 35,87,577 ଗାଡିରେ HSRP ଲଗାଯାଇଛି | ଦଣ୍ଡବିଧାନରୁ ରକ୍ଷା ପାଇବା ପାଇଁ ଯାନବାହାନ ମାଲିକମାନଙ୍କୁ ଶୀଘ୍ର HSRP ଲଗାଇବାକୁ ପରାମର୍ଶ ଦିଆଯାଇଛି । "
M.V ଆକ୍ଟ, 1988, ଧାରା 192 ଅଧୀନରେ ଯଦି ଗାଡିଟିରେ HSRP ନଥୁବ, ତେବେ ସେହି ଗାଡି ବିରୋଧରେ ଇ-ଚାଲାଣ ଜାରି କରାଯିବ ଏବଂ 5000 / - କିମ୍ବା 10, 000 / - ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ | CMVR, 1989 ର ନିୟମ 50 ଅନୁଯାୟୀ, ସମସ୍ତ ଯାନକୁ HSRP ସହିତ ସଂଲଗ୍ନ କରିବା ବାଧ୍ୟତାମୂଳକ |