ଶିମିଳିପାଳ କାଇ ପିମ୍ପୁଡି ଚଟଣୀକୁ ଜିଆଇ ଟ୍ୟାଗ

ମୟୂରଭଞ୍ଜ ଶିମିଳିପାଳ ସଂଲଗ୍ନ ଆଦିବାସୀଙ୍କ ଖାଦ୍ୟ କାଇ ପିମ୍ପୁଡି ଚଟଣିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ । ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସ ସଫଳ ହୋଇଛି ।

ଶିମିଳିପାଳ କାଇ ପିମ୍ପୁଡି ଚଟଣୀକୁ ଜିଆଇ ଟ୍ୟାଗ

ମୟୂରଭଞ୍ଜ ଶିମିଳିପାଳ ସଂଲଗ୍ନ ଆଦିବାସୀଙ୍କ ଖାଦ୍ୟ କାଇ ପିମ୍ପୁଡି ଚଟଣିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ । ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର(୨) ଯଶିପୁର ପକ୍ଷରୁ ଆରମ୍ଭ ହୋଇଥିବା ପ୍ରୟାସ ସଫଳ ହୋଇଛି । ମାନ୍ୟତା ପ୍ରଦାନ ପ୍ରକ୍ରିିୟାରେ ଅଗ୍ରଗତି ସ୍ୱରୂପ ସେପ୍ଟେମ୍ବର ୧ତାରିଖ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

କେନ୍ଦ୍ର ସରକାରଙ୍କ ଜୋଗ୍ରାଫିକାଲ ଇଣ୍ଡିକେସନ ପକ୍ଷରୁ ଏନେଇ ଅବଗତ କରାଯାଇଥିଲା । ୩ମାସ ମଧ୍ୟରେ ମାନ୍ୟତା ପ୍ରଦାନ ବିରୋଧରେ ଆପତ୍ତି ଅଭିଯୋଗ ସମୟ ଅତିକ୍ରାନ୍ତ ହୋଇଥିଲେ ହେଁ ଅଭିଯୋଗ ନଥିବାରୁ ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ ମିଳିସାରିଛି । କେନ୍ଦ୍ର ସରକାରଙ୍କ ଜୋଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରି ୱେବସାଇଟରେ ପ୍ରମାଣପତ୍ର ନମ୍ବର ୫୩୬ ଓ ଅନ୍ୟାନ୍ୟ ବୈଧତା ପ୍ରଦର୍ଶିତ ହେଉଥିଲେ ହେଁ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ବାକି ଅଛି । ଖବର ଜଣାପଡିବା ପରେ ମୟୂରଭଞ୍ଜ କାଇ ସମାଜ ଓ ମୟୂରଭଞ୍ଜ ଜିଲ୍ଲାବାସୀ ପକ୍ଷରୁ ଖୁସିର ଲହରୀ ଖେଳିଯାଇଛି ।

ମୟୂରଭଞ୍ଜ ଜିଲ୍ଲାର ଆଦିମ ଆଦିବାସୀ ବହୁଯୁଗରୁ ଥଣ୍ଡା, କାଶ, କଫ, ଛିଙ୍କ ଓ ଜ୍ୱର ହେଲେ କାଇ ପିମ୍ପୁଡ଼ି ସହିତ ତେନ୍ତୁଳି, ଧାନୁଆ ଲଙ୍କା, ଗୁଲମରିଚ ଓ ଅନ୍ୟ ସାମଗ୍ରୀ ସହିତ ଶିଳରେ ବାଟି ପ୍ରସ୍ତୁତ ଚଟଣି ସେବନ କରି ସୁସ୍ଥ ହୋଇଥାନ୍ତି । ଯାହା ଆଜି ମଧ୍ୟ ପ୍ରଚଳିତ । ମୟୂରଭଞ୍ଜର ଯୁବ ଇଂ ନୟାଧର ପଢ଼ିଆଳ ଏନେଇ ଯୁକ୍ତି ସମ୍ବଳିତ ପତ୍ର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ଆୟୂଷ, ଆଇସିଏମଆର ଓ ସିଏସଆଇଆରର ଡ଼ାଇରେକ୍ଟର ଜେନେରାଲଙ୍କୁ ପ୍ରଦାନ କରିଥିଲେ । ଯନ୍ତ୍ରୀ ଜଣଙ୍କ ଉଚ୍ଚନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟରେ ଏହାକୁ ନେଇ ଗବେଷଣା କରା ନଯିବା ପ୍ରତିବାଦରେ ପୃଥକ ଜନସ୍ୱାର୍ଥ ମାମଲା ମଧ୍ୟ ଦାଏର ମଧ୍ୟ କରିଥିଲେ ।