ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡାଙ୍କ ଅବସର

ଅବସର ନେଲେ ନେଉଳପୋଇ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡାଙ୍କ ଅବସର

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ନେଉଳପୋଇ ଗ୍ରାମ ପାଞ୍ଚୟତର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା ଓ କନିଷ୍ଠ ସହାୟକ ଶ୍ରୀଯୁକ୍ତ ଉଗ୍ରେସନ ଗଡ଼ନାୟକଙ୍କ ଅବସର କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି l ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା ସହକାରୀ ଗଣିତ ଶିକ୍ଷକ ଭାବରେ ଦ୍ରିଘ 40 ବର୍ଷ ଧରି ଶିକ୍ଷକତା କରି ଆସୁଥିବା ବେଳେ ଗତ 31ତାରିଖ ଏପ୍ରିଲ ମାସରେ ଅବସର ଗ୍ରହଣ କରିଛନ୍ତି l ଛାତ୍ର ବତ୍ସଲ ପରୋପକାରୀ, ଦକ୍ଷ ଗଣିତଜ୍ଞ ଭାବରେ ଛାତ୍ର ଛାତ୍ରୀ ଓ ଅଞ୍ଚଳବାସୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି l ଜଣେ ଆଦର୍ଶ କର୍ମ ନିଷ୍ଠ ଲୋକ ପ୍ରିୟ ଶିକ୍ଷକ ଓ ପ୍ରଧାନଶିକ୍ଷକ ଭାବରେ ସାର୍ବଜନ ଵିଧିତ ରହିବେ l ତାଙ୍କ ସ୍ଥାନ ଅପୁରଣୀୟ ରହିବ l

 ଛାତ୍ରବତ୍ସଳତା, ଶିକ୍ଷା ପ୍ରଦାନ କ୍ଷେତ୍ରରେ ତାଙ୍କର ନିଷ୍ଠା, ତ୍ୟାଗ, ସମୟାନୁବର୍ତ୍ତିତା, କର୍ମତତ୍ପରତା ଆଦି ସଂପର୍କରେ ଆଲୋକପାତ କରିଥିଲେ  l ଏହି କାଯ୍ୟକ୍ରମରେ ସଭାରେ ସଭାପତି ସାରଙ୍ଗ ଧର ସାମଲ, ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷକ ଶ୍ରୀଯୁକ୍ତ ମଙ୍ଗୁଳି ଚରଣ ବେହେରା ଓ ଅବସର ପ୍ରାପ୍ତ ପ୍ରାକ୍ତନ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ବୁଦ୍ଧଦେବ ସାହୁ ଓ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ନଟବର ଗଡ଼ନାୟକ, ଶ୍ରୀଯୁକ୍ତ ବଟକୃଷ୍ଣ ଗଡ଼ନାୟକ, ଶ୍ରୀଯୁକ୍ତ ଭାସ୍କର ଗଡ଼ନାୟକ ବିଦ୍ୟାଳୟ ଆରମ୍ଭରୁ ଶିକ୍ଷାଦାନ କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଦ୍ୟାଳୟର ଶତାଧିକ ପୁରାତନ ଓ ନୂତନ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ଅଞ୍ଚଳର ବୁଦ୍ଧିଜୀବୀମାନେ ଯୋଗଦେଇଥିଲେ। ଶିକ୍ଷା ଓ ଶିକ୍ଷକ ମାନଙ୍କ ସମାଜର ମହତ୍ତ୍ଵ ଓ ନିଜ ନିଜର ଅନୁଭୂତି ବିଷୟରେ ମତ ପ୍ରକାଶ କରିଥିଲେ l ସ୍ୱଳ୍ପ ସମୟର ବକ୍ତବ୍ୟ ମଧ୍ୟରେ ଶିକ୍ଷକଙ୍କ ସାନିଧ୍ୟ୍ୟ ପାଇଁ ଜୀବନର ବିଭିନ୍ନ ପରିବର୍ତନ ସହିତ କିପରି ଉପକୃତ ହୋଇଛନ୍ତି ତାହା ବର୍ଣ୍ଣନା କରିଥିଲେ l ବିଦ୍ୟାଳୟ ର ସଭାପତିଙ୍କ ଦ୍ଵାରା ବିଦ୍ୟୟୀ ପ୍ରାଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା ଓ କନିଷ୍ଠ ସହାୟକ ଶ୍ରୀଯୁକ୍ତ ଉଗ୍ରେସନ ଗଡ଼ନାୟକଙ୍କୁ  ଉପଢୌକନ ଓ ମାନପତ୍ର ଦେଇ ସଂମ୍ମାନିତ କରାଯାଇଥିଲା l ସଭା ଶେଷରେ ପୁରାତନ ଛାତ୍ର ଛାତ୍ରୀ ମାନେ ଭାବଵିହୁଳ ହୋଇ ଯାଇଥିଲେ l