ପୁରୁଷୋତ୍ତମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ଅଭିଭାବକ ଶିକ୍ଷକ ବୈଠକ
ବିଦ୍ୟାଳୟର ସାମଗ୍ରିକ ବିକାଶ ରେ ଶିକ୍ଷକ, ଅଭିଭାବକ ଓ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ସମନ୍ଵୟ ହିଁ ମୂଳମନ୍ତ୍ର

ଭୁବନ ୧୪.୮- ଭୁବନ ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରେ ୨୦୨୩-୨୪ ଶିକ୍ଷା ବର୍ଷ ର ଦ୍ଵିତୀୟ ଅଭିଭାବକ ଶିକ୍ଷକ (ପି ଟି ଏ ) ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଅଭିଭାବକ କେଦାର ଦାଶ ଏଥିରେ ଅଧ୍ୟକ୍ଷତା କରି ବିଦ୍ୟାଳୟର ସାମଗ୍ରିକ ବିକାଶ ରେ ଶିକ୍ଷକ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସମନ୍ଵୟ ହିଁ ମୂଳମନ୍ତ୍ର ବୋଲି ମତବ୍ୟକ୍ତ କରିଥିଲେ। ପ୍ରିନ୍ସପାଲ୍ ସୁବାସ ଚନ୍ଦ୍ର ପାତ୍ର କାର୍ଯ୍ୟକ୍ରମ ପରିଚାଳନା କରି ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଶିକ୍ଷଣ ସାମଗ୍ରୀ ଯୋଗାଣ,ସ୍ବଚ୍ଛତା ପକ୍ଷ ପାଳନ,ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା,ହାଉସ ସିଷ୍ଟମ ପ୍ରଚଳନ,ପିଲା ମାନଙ୍କର ମାନସିକ ଚାପ ଓ ଏହାର ଦୂରୀକରଣ ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷକ ଦେବ ପ୍ରସାଦ ସେନ,ପ୍ରାଣବନ୍ଧୁ ପ୍ରଧାନ, ରାକେଶ କୁମାର ସାହୁ,ପ୍ରଦୀପ୍ତ କୁମାର ବେହେରା ,ଶିକ୍ଷୟିତ୍ରୀ ବିଜୟଲକ୍ଷ୍ମୀ ସାହୁ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ବିଦ୍ୟାଳୟ ର ସର୍ବାଙ୍ଗୀନ ଉନ୍ନତି ତଥା ଛାତ୍ର ଛାତ୍ରୀ ଙ୍କ ସମସ୍ୟା ସମାଧାନ ନିମନ୍ତେ ବେସରକାରୀ ଭାବେ ସର୍ବଶ୍ରୀ କେଦାର ଦାଶ, ଅରୁଣ କୁମାର ସାହୁ , ସଚିଦାନନ୍ଦ ଆଇଚ,ବିଭୂତି ଭୂଷଣ ଦ୍ବିବେଦୀ,ହିମାଂଶୁ ଶେଖର ମହାରଣା,ସନ୍ତୋଷ ସାଥୁଆ ମହାପାତ୍ର,ମନୋରଞ୍ଜନ ସାହୁ , ଦୀପକ କୁମାର ବେହେରା,ସାମ୍ବାଦିକ ସୁଶାନ୍ତ କୁମାର ପୋଥାଳ ଙ୍କୁ ନେଇ ଏକ ୯ ଜଣିଆ କମିଟି ଗଠନ କରାଯାଇଥିଲା । ଏହି ବୈଠକ ରେ ୪୦ ରୁ ଉର୍ଦ୍ଧ୍ବ ଅଭିଭାବକ ଉପସ୍ଥିତ ଥିଲେ ।ଶେଷରେ ଶିକ୍ଷୟିତ୍ରୀ ରିତାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଭୁବନ ଢେଙ୍କାନାଳ ରୁ ସୁଶାନ୍ତ କୁମାର ପୋଥାଳ