ପୋଖରୀ ରେ ବୁଡି ଦିନ ମଜୁରିଆ ମୃତ

ଭୁବନ ଗୋଡ଼ିପୋଖରି ରେ ବୁଡି ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି

ପୋଖରୀ ରେ ବୁଡି ଦିନ ମଜୁରିଆ ମୃତ

ଭୁବନ ୨୫.୭- ଭୁବନ ଗୋଡ଼ିପୋଖରି ରେ ବୁଡି ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି। ପ୍ରାପ୍ତ ଖବର ରୁ ପ୍ରକାଶ ଯେ, ଭୁବନ ଏନ ଏ ସି ଅନ୍ତର୍ଗତ ୬ ନମ୍ୱର ୱାର୍ଡ ଅରା ସାହି ର ଦିନ ମଜୁରିଆ ଖମରି ଦାସ (୪୫) କାମରୁ ଫେରି ଗୋଡ଼ି ପୋଖରୀ କୁ ଗାଧୋଇବାକୁ ଯାଇ ସେଠାରେ ବୁଡି ଯାଇଥିଲେ । ତାଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାର ବର୍ଗ ବହୁ ଖୋଜାଖୋଜି କରିଥିଲେ । ସନ୍ଧ୍ୟାରେ ପୋଖରୀ କୁ ଶୌଚ ପାଇଁ ଯାଇଥିବା ଲୋକମାନେ ଏକ ଶବ ଭାସୁଥିବା ଦେଖି ଦମକଳ ବାହୀନି କୁ ଖବର ଦେଇଥିଲେ । ଦମକଳ ବାହିନୀ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭୁବନ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ । ଆସନ୍ତା କାଲି ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।