ଗଜପତି ମହାରାଜଙ୍କ ହେଲା ପୁଷ୍ୟାଭିଷେକ

ଗଜପତି ମହାରାଜଙ୍କ ହେଲା ପୁଷ୍ୟାଭିଷେକ

ପୁଷ୍ୟା ନକ୍ଷତ୍ର ତିଥିରେ ଗଜପତି ମହାରାଜଙ୍କ ଅଭିଷେକ ନୀତି ଶ୍ରୀନଅରରେ ଅନୁଷ୍ଠିତ ହୋଇଛି ପୁଷ୍ୟାଭିଷେକ। ଉତ୍ସବ ମୁଖର ହୋଇଉଠିଛି ଶ୍ରୀନଅର । ଶୁକ୍ରବାର, ଶ୍ରୀନଅରରେ ଗଜପତିଙ୍କ ଇଷ୍ଟଦେବୀ କନକଦୂର୍ଗାଙ୍କ ପାଖରେ ବିଧିବିଧାନ ଅନୁସାରେ ପାରମ୍ପରିକ ନୀତିରେ ପୂଜାର୍ଚ୍ଚନା ନୀତି ପରେ ଅଭିଷେକ ହୋଇଛି। ପରମ୍ପରା ଅନୁଯାୟୀ, ବରୁଣ ପୂଜା, ବର୍ଧନ ପୂଜା, କଳସ ପୂଜା, ରାମାଭିଷେକ ପଟି ପୂଜା ପରେ ଅଭିମନ୍ତ୍ରିତ କରାଯାଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଅଭିଷେକ କରାଯାଇଛି।

ଗୁରୁବାର ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ପୌଷ ପୂର୍ଣ୍ଣିମା ଅବସରରେ ଦିବ୍ୟାଭିଷେକ ସଂପନ୍ନ ହେବା ପରେ ପରମ୍ପରା ଅନୁଯାୟୀ, ଶନିବାର ଶ୍ରୀନଅରରେ ଗଜପତିଙ୍କ ପୁଷ୍ୟାଭିଷେକ ସମ୍ପନ୍ନ ହୋଇଛି। ଉତ୍କଳୀୟ ଗଜପତି ପରମ୍ପରାର ଅଭିଷେକ ଉତ୍ସବରେ ଷୋଳ ଶାସନରୁ ବ୍ରାହ୍ମଣମାନେ ଶ୍ରୀନଅରରେ ଉପସ୍ଥିତ ରହି ଗଜପତିଙ୍କୁ ଭେଟି ଆକାରରେ ପଇତା, ଗୁଆ ନଡ଼ିଆ ଆଦି ପ୍ରଦାନ କରି ଆଶୀର୍ବାଦ ପ୍ରଦାନ କରିଛନ୍ତି।