ମୁହଁ ଖୋଲିଲେ ପାଟ୍ଟଶାଣୀ, କ'ଣ କହିଲେ ଜାଣନ୍ତୁ

ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ିପାରନ୍ତି ବୋଲି ହେଉଥିବା ଚର୍ଚ୍ଚା ଭିତରେ ଆଜି ସେ ମୁହଁ ଖୋଲିଛନ୍ତି । ଆଜି ବିଜେଡି ପକ୍ଷରୁ ଚିଲିକା ପାଇଁ ଟିକେଟ ଘୋଷଣା କରାଯିବା ପରେ ଶ୍ରୀ ପାଟ୍ଟଶାଣୀ ଏକ ପ୍ରେସ ବାର୍ତ୍ତା ଜରିଆରେ ନିଜର ଆଭିମୁଖ୍ୟ ସମ୍ପର୍କରେ କହିଛନ୍ତି ।
ପରବର୍ତ୍ତୀ ଆଭିମୁଖ୍ୟ କ'ଣ ହେବ ତାହା ସମୟ କହିବ ବୋଲି ସେ କହିଛନ୍ତି । ବର୍ତ୍ତମାନ ସେ ବିଜୁ ଜନତା ଦଳରେ ଥିବା କହିଛନ୍ତି । ଏହାଛଡ଼ା ସେ କହିଛନ୍ତି ଯେ ନେତୃତ୍ୱଙ୍କ ଆଦେଶ ମାନି ଶୃଙ୍ଖଳାର ସହ କାର୍ଯ୍ୟ କରୁଛି । ମୋ ପାଇଁ ପଦବୀ ବଡ଼ ନୁହେଁ । ସମ୍ମାନ ଓ ବିଶ୍ୱାସ ମୋ ପାଇଁ ବଡ଼ । କିନ୍ତୁ ରାଜନୀତିରେ ସମୟ ବଡ଼ ବଳବାନ । କିଏ ରହିବ, ଯିବ, ଭବିଷ୍ୟତରେ କ'ଣ ହେବ, ସମୟ ଉପରେ ନିର୍ଭର କରେ ।ପରବର୍ତ୍ତୀ ଆଭିମୁଖ୍ୟ କ'ଣ ହେବ ତାହା ସମୟ କହିବ ବୋଲି ସେ କହିଛନ୍ତି ।ଚିଲିକା ପାଇଁ ଶ୍ରୀ ପାଟ୍ଟଶାଣୀ ଆଶାୟୀ ଥିବା କୁହାଯାଉଥିବାବେଳେ ଦଳ କିନ୍ତୁ ଆଜି ରଘୁନାଥ ସାହୁଙ୍କ ନାମ ଉପରେ ମୋହର ମାରିଛି ।
ପ୍ରକାଶ ଯେ ନିର୍ବାଚନୀ ମାହୋଲ ଭିତରେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ଛାଡ଼ିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହୋଇଆସୁଛି । ସେ ଭୁବନେଶ୍ୱରରୁ ୫ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ତେବେ ତାଙ୍କୁ ରାଜ୍ୟସଭା ପଠାନଯିବା ଓ ଚଳିତ ସାଧାରଣ ନିର୍ବାଚନରେ ତାଙ୍କୁ ଟିକେଟ ନମିଳିବା ଘଟଣାକୁ ନେଇ ପ୍ରସନ୍ନ ପାଟ୍ଟଶାଣୀ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଯେଉଁଥି ପାଇଁ ସେ ବିଜେଡି ଛାଡ଼ିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ସେ ବିଜେପି ସହ ଆଲୋଚନାରେ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି ।