ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇପାରନ୍ତି ପ୍ରଶାନ୍ତ ଜଗଦ୍ଦେବ
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ରେ ମିଶିବା ସମ୍ଭାବନା

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି ରେ ମିଶିବା ସମ୍ଭାବନା । ପ୍ରଶାନ୍ତ ବିଜେପି ଯାଉଥିବା କହିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଧର୍ମେନ୍ଦ୍ରଙ୍କୁ ସମାଲୋଚନା ଅବସରରେ ପ୍ରଶାନ୍ତ ଙ୍କ କଥା କହିଲେ ସସ୍ମିତ । ବିଜେପି ନେତାଙ୍କୁ ଆକ୍ରମଣ ପାଇଁ ପ୍ରଶାନ୍ତଙ୍କୁ ସସପେଣ୍ଡ କରିଥିଲେ ମୁଖ୍ୟମନ୍ତ୍ରୀ | ପରେ ପ୍ରଶାନ୍ତକୁ ମୁଖ୍ୟମନ୍ତ୍ରୀ ବିଜେଡିରୁ ବହିଷ୍କାର ମଧ୍ୟ କରିଥିଲେ । ଏବେ ସେହି ପ୍ରଶାନ୍ତ ବିଜେପିର ଗେଲ୍ହା ପୁଅ ସାଜିଛନ୍ତି , ସଭାସମିତି କରୁଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶୀର୍ବାଦରେ ଏବେ ସେ ବିଜେପିରେ ମିଶିବାକୁ ଯାଉଛନ୍ତି । ଏପରି ଲୋକଙ୍କୁ ଆପଣେଇ ଧର୍ମେନ୍ଦ୍ର କି ବାର୍ତା ଦେବାକୁ ଚାହୁଁଛନ୍ତି । ନିଜ ସ୍ୱାର୍ଥ ପାଇଁ ଧର୍ମେନ୍ଦ୍ର ପ୍ରଶାନ୍ତକୁ କୋଳେଇ ନେବେକୁ ଯାଉଛନ୍ତି ।