ଅବିବାହିତ ରହିଲେ ମିଳିବ ପେନସନ୍
ଅବିବାହିତ ମହିଳା ଏବଂ ପୁରୁଷଙ୍କୁ ମିଳିବ ମାସିକ ୨,୭୫୦ ଟଙ୍କାର ପେନସନ୍

ଅବିବାହିତ ରହିଲେ ପେନସନ୍ ମିଳିବ । ହରିୟାଣା ଅବିବାହିତ ରହିଥିବା ୪୫-୬୦ ବର୍ଷିୟ ମହିଳା ଏବଂ ପୁରୁଷମାନଙ୍କୁ ମାସିକ ୨,୭୫୦ ଟଙ୍କା ପେନସନ୍ ଦିଆଯିବ । ବାର୍ଷିକ ରୋଜଗାର୧.୮ ଲକ୍ଷ ଟଙ୍କାରୁ କମ୍ ଥିବା ସମସ୍ତ ଅବିବାହିତ ମହିଳା ଏବଂ ପୁରୁଷ ପେନସନ୍ ପାଇବା ପାଇଁ ଯୋଗ୍ୟ ।
ଯଦି କୌଣସି କାରଣରୁ ସ୍ୱାମୀ କିମ୍ବା ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବ ତେବେ ଏମାନେ ପେନସନ୍ ପାଇବେ । ବାର୍ଷିକ ୩ ଲକ୍ଷ ଟଙ୍କାରୁ କମ୍ ଆୟ ଏବଂ ୪୫-୬୦ ବର୍ଷ ମଧ୍ୟରେ ହୋଇଥିଲେ ମହିଳା ଏବଂ ପୁରୁଷମାନେ ପେନସନ୍ ପାଇ ପାରିବେ ।
ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ମଙ୍ଗଳବାରରେ ଏହି ଘୋଷଣା କରିଛନ୍ତି । ଏଥିଯୋଗୁଁ ହରିୟାନାର ୧.୨୫ ଲକ୍ଷ ଅବିବାହିତ ବ୍ୟକ୍ତି ଲାଭବାନ୍ ହେବେ ।