କାହିଁକି ଆଳୁ ଟ୍ରକ ଅଟକାଇଥିଲା ପଶ୍ଚିମବଙ୍ଗ?
ପଶ୍ଚିମବଙ୍ଗରେ ଷ୍ଟ୍ରାଇକ ଚାଲୁଥିବାରୁ ଟ୍ରକ୍ ସବୁ ଅଟକିଥିଲା, ୨ ଦିନ ପରେ ରେଟ ସ୍ୱାଭାବିକ ହେବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ପଶ୍ଚିମବଙ୍ଗରେ ଷ୍ଟ୍ରାଇକ ଚାଲୁଥିବାରୁ ଟ୍ରକ୍ ସବୁ ଅଟକିଥିଲା, ୨ ଦିନ ପରେ ରେଟ ସ୍ୱାଭାବିକ ହେବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା ଟପିଯାଇଛି । କିଛି କିଛି ସ୍ଥାନରେ ମାର୍କେଟରେ ଆଳୁ ମିଳୁନାହିଁ ।
ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା ଟପିଯାଇଛି । କିଛି କିଛି ସ୍ଥାନରେ ମାର୍କେଟରେ ଆଳୁ ମିଳୁନାହିଁ ।
ଏଭଳି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆସୁଥିବା ଶହ ଶହ ଆଳୁ ଟ୍ରକକୁ ଅଟକାଇ ଦେଇଛନ୍ତି । ଏମିତି ହେଲାଣି ଯେ ଖୋଲା ବଜାରରୁ ଆଳୁ ମଧ୍ୟ ଗାଏବ ହୋଇଗଲାଣି । ଖାଉଟିଙ୍କ ମୁଣ୍ଡରେ ପଡ଼ିଛି ଚଡ଼କ । ବିଗତ ତିନି ଦିନରେ ଆଳୁ ଦରରେ ୨୦ ଟଙ୍କା ବୃଦ୍ଧି ଘଟିଛି ।
ପଶ୍ଚିମବଙ୍ଗରୁ ଆମଦାନୀ ହେଉଥିବା ଆଳୁ ଟ୍ରକଗୁଡ଼ିକ ସବୁ ଅଧା ବାଟରେ ଅଟକି ରହିଛି । ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ପାଖରେ ପଶ୍ଚିମବଙ୍ଗରୁ ଆସିଥିବା ଶହେରୁ ଅଧିକ ଆଳୁ ଟ୍ରକ୍ ଅଟକି ରହିଛି । ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ଏସବୁ ଆଳୁ ଟ୍ରକ୍କୁ ପୋଲିସ ଅଟକାଇଥିବା ସୂଚନା ମିଳିଛି ।
ପଶ୍ଚିମବଙ୍ଗରୁ ଆଳୁ ନ ପହଞ୍ଚିବାରୁ ଓଡ଼ିଶା ବଜାରରେ ଆଳୁ ସଙ୍କଟ ସୃଷ୍ଟି ହୋଇଛି । ସେପଟେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା ହୋଇଛି । ୨ ଦିନ ଭିତରେ ସ୍ଥିତି ସ୍ବାଭାବିକ ହୋଇଯିବ । ପଶ୍ଚିମବଙ୍ଗରେ ଷ୍ଟ୍ରାଇକ ଚାଲୁଥିବାରୁ ଟ୍ରକ୍ ସବୁ ଅଟକିଥିଲା । ୨ ଦିନ ପରେ ଆଳୁ ଯୋଗାଣ ହେବ ଆଉ ରେଟ୍ କମିଯିବ ।
ସେପଟେ ଅସାଧୁ ବ୍ୟବସାୟୀଙ୍କୁ ଯୋଗାଣ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ୩୨ ଟଙ୍କାରୁ ଅଧିକ ଦରରେ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।
ପୂର୍ବରୁ ମଧ୍ଯ ଅନେକ ଥର ଓଡିଶାରେ ଆଳୁ ସଙ୍କଟର ସମାଧାନ ନେଇ ପଶ୍ଚିମବଙ୍ଗ ସହଯୋଗ କରିଛି । ଏହି ଦୃଷ୍ଟରୁ ବର୍ତ୍ତମାନ ସୃଷ୍ଟି ହୋଇଥିବା ଆଳୁ ସଙ୍କଟର ସମାଧାନ ପାଇଁ ନିଜେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନବୀନ ଅନୁରୋଧ କରିଛନ୍ତି । ରାଜ୍ଯବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଓଡିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ମମତାଙ୍କୁ ଅପିଲ କରିଛନ୍ତି ନବୀନ ।