ବିଧାନସଭାରେ ଉଠିଲା ନକଲି ସମ୍ବଲପୁରୀ ଶାଢୀ ପ୍ରସଙ୍ଗ
ଏହାର ତ୍ତତ୍ତର ରଖିଛନ୍ତି ହସ୍ତତନ୍ତ ବୟନ ଶିଳ୍ପମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ।

ବିଧାନସଭାରେ ଉଠିଲା ନକଲି ସମ୍ବଲପୁରୀ ଶାଢୀ ପ୍ରସଙ୍ଗ , ପ୍ରସଙ୍ଗ ଉଠାଇଛନ୍ତି ଅତାବିରା ବିଧାୟକ ନିହାର ରଂଜନ ମହାନନ୍ଦ । ସେ କହିଛନ୍ତି ସମ୍ବଲପୁରୀ ଶାଢୀ ବଜାରରେ କପି ରାଇଟ ଉଲ୍ଲଘନ ହୋଇ ବ୍ୟାପକ ଭାବେ ନକଲି ଶାଢୀ ବଜାରରେ ପ୍ରବେଶ ହେଉଛି । ଏହାଦ୍ୱାରା ହସ୍ତତନ୍ତ ଶାଢୀ ବିକ୍ରିର ମାନ୍ଦା ଅବସ୍ଥା ସୃଷ୍ଟି ହୋଇ ବୁଣାକାରମାନେ ହାତବାନ୍ଧି ବସିଥିବା ଅଭିଯୋଗ ଆସିଛି ତାହା ସରକାରଙ୍କୁ ଦୃଷ୍ଟି ଗୋଚର ହେବା ନିହାତି ଆବଶ୍ୟକ ।
ଆଉ ଯେଉଁମାନେ ଏହି କାମ କରୁଛନ୍ତି ସେମାନଙ୍କ ପ୍ରତି ସରକାର କଣ ପଦକ୍ଷେପ ନେଉଛନ୍ତି ?
ଏହାର ତ୍ତତ୍ତର ରଖିଛନ୍ତି ହସ୍ତତନ୍ତ ବୟନ ଶିଳ୍ପମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ । ସେ କହିଛନ୍ତି ଏହାର ସହୁ ତଥ୍ୟ ସରକାରଙ୍କ ପାଖରେ ରହିଛି ନକଲି ସମ୍ବଲପୁରୀ ଶାଢ଼ୀ ବିକ୍ରି କରୁଥିବା ବ୍ୟବସାୟୀ ଙ୍କ ନାଁ ରେ କେସ କରିବା ସହ କୋର୍ଟ ଦ୍ୱାରା ସମନ କରିଛନ୍ତି ସରକାର । ଏଥିସହ ରାଜ୍ୟରେ ବର୍ତ୍ତମାନ କୌଣସି ବି ସୂତା କଳ କାର୍ଯ୍ୟକ୍ଷମ ନାହିଁ ,
ପୂର୍ବରୁ ରାଜ୍ୟରେ ୭ ଟି ସୂତାକଳ ଥିବା ବେଳେ ବର୍ତ୍ତମାନ ସେ ସବୁ ବନ୍ଦ ହୋଇ ପଡ଼ିଛି । ରାଜ୍ୟର ସମସ୍ତ ସୂତାକଳ ବର୍ତ୍ତମାନ ଅଚଳାବସ୍ଥା ରେ ପଡ଼ି ରହିଥିବାରୁ ଶ୍ରମିକ ମାନେ କାର୍ଯ୍ୟରତ ନାହାନ୍ତି । ଓଡ଼ିଶାରେ ୧ ଲକ୍ଷ ୨୫ ହଜାର ୧୬୦ ଜଣ ହସ୍ତତନ୍ତ ବୁଣାକାର ଓ ୪ ହଜାର ୬୨୪ ଜଣ କଳତନ୍ତ ବୁଣାକାର ଅଛନ୍ତି , ଅଚଳାବସ୍ଥା ରେ ଥିବା ସୂତାକଳ ଗୁଡିକରେ ଘରୋଇ କରଣ ପାଇଁ ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ବିଦେଶୀ ପୁଞ୍ଜିପତି ମାନଙ୍କୁ ନିମନ୍ତ୍ରଣ କରିବା ସହ ପୁନରୁଦ୍ଧାର କରିବା ପାଇଁ କେତେ ଅର୍ଥ ର ଆବଶ୍ୟକ ଅଛି ତାହାର ଆକଳନ କରାଯାଇ ନାହିଁ