ମତ୍ସ୍ୟଜୀବୀଙ୍କୁ ମିଳିବ ୨ ଗୁଣ ଜୀବିକା ସହାୟତା ରାଶି

ବିରଳ ଅଲିଭ ରିଡ଼ଲେଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ଉପକୂଳରେ ଲାଗୁ କରାଯାଉଥିବା ମାଛ ଧରା କଟକଣାରେ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ଜୀବିକା ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମତ୍ସ୍ୟଜୀବୀଙ୍କୁ ମିଳିବ ୨ ଗୁଣ ଜୀବିକା ସହାୟତା ରାଶି

ମତ୍ସ୍ୟଜୀବୀଙ୍କୁ ମିଳିବ ୨ ଗୁଣ ଜୀବିକା ସହାୟତା ରାଶି । ବିରଳ ଅଲିଭ ରିଡ଼ଲେଙ୍କ ସୁରକ୍ଷା ନିମନ୍ତେ ଓଡ଼ିଶା ଉପକୂଳରେ ଲାଗୁ କରାଯାଉଥିବା ମାଛ ଧରା କଟକଣାରେ ପ୍ରଭାବିତ ସାମୁଦ୍ରିକ ମତ୍ସ୍ୟଜୀବୀ ପରିବାରକୁ ଜୀବିକା ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମ ଜିଲ୍ଲାର ୧୪,୨୨୮ ମତ୍ସ୍ୟଜୀବୀ ପରିବାରକୁ ୨୧.୩୪ କୋଟି ଜୀବିକା ସହାୟତା ପ୍ରଦାନ କରାଯାଇଛି । ପ୍ରତି ପରିବାରକୁ ୧୫,୦୦୦ ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ସେମାନଙ୍କ ଦୁଃଖ ବୁଝି ଅର୍ଥ ରାଶି ୨ ଗୁଣ କରି ସେମାନଙ୍କ ପରିବାର ମୁଁହରେ ହସ ଫୁଟାଇଥିବାରୁ ମତ୍ସ୍ୟଜୀବୀ ମାନେ ଖୁସିଥିବା କହିଛନ୍ତି ।ସେହିଭଳି ୨୦୯ ଜଣ ଭେଟେରିନାରି ଆସିଷ୍ଟାଣ୍ଟ ସର୍ଜନଙ୍କୁ ମିଳିଲା ନିଯୁକ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବନିଯୁକ୍ତ ପ୍ରାଣୀ ଚିକିତ୍ସକଙ୍କ ପାଇଁ ଆୟୋଜିତ ଦିଗଦର୍ଶନ କାର୍ୟ୍ୟକ୍ରମରେ ଭିଡିଓ କନଫେରେନସିଂ ମାଧ୍ୟମରେ ଯୋଗ ଦେଇଥିଲେ । ପ୍ରାଣୀଧନର ବିକାଶରେ ରୂପାନ୍ତର ଆଣିବା ପାଇଁ ୫ଞ ଉପକ୍ରମର ପ୍ରୟୋଗ ପାଇଁ ନବନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଯୁକ୍ତି ବିଦ୍ୟା, ମିଳିତ ଉଦ୍ୟମ, ସ୍ୱଚ୍ଛତା ଓ ସମୟର ଉଚିତ୍ ପ୍ରୟୋଗ ଦ୍ୱାରା ରୂପାନ୍ତର ଆସିଥାଏ । ଯୁବ ପ୍ରାଣୀ ଚିକିତ୍ସକଭାବେ ପ୍ରାଣୀଧନର ସ୍ୱାସ୍ଥ୍ୟ ସୁରକ୍ଷା ଓ ବିକାଶ କ୍ଷେତ୍ରରେ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି । ଗ୍ରାମାଞ୍ଚଳର ଅର୍ଥନୀତିର ଉନ୍ନତି କ୍ଷେତ୍ରରେ ପ୍ରାଣୀ ସମ୍ପଦର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଓଡିଶାର ଚାଷୀମାନଙ୍କ ଜୀବିକାରେ ବିବିଧତା ଆଣି ଅଧିକ ରୋଜଗାର ସୃଷ୍ଟି କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।