ଦୀପାବଳି ପରେ ଟ୍ବିନ୍ ସିଟିରେ ବୃଦ୍ଧି ପାଇଲା ପ୍ରଦୂଷଣ
ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି।

ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି। ଦୀପାବଳି ପରେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ପ୍ରଦୂଷଣ ବୃଦ୍ଧି ପାଇଛି। ଲିଙ୍ଗରାଜ ମନ୍ଦିରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩୯୦ ରେକର୍ଡ ହୋଇଛି । ସେହିପରି ପଟିଆ ଅଂଚଳରେ ଏକ୍ୟୁଆଇ ୩୬୯ ରହିଥିଲା । ସକାଳୁ ଭୁବନେଶ୍ବର ଆକାଶ ଧୂଆଁଳିଆ ଦେଖାଯାଉଛି।
ବାଣ ଫୁଟାଇବା ପରେ ବାୟୁର ଗୁଣବତ୍ତା ହ୍ରାସ ପାଇଛି । ଆକାଶ ଧୂଆଁମୟ ହୋଇ ରହିଛଇ । ବାଣ ଫୁଟାଇବା ଦ୍ବାରା ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି। କେବଳ ଭୁବନେଶ୍ବର ନୁହଁ, କଟକରେ ମଧ୍ୟ ପ୍ରଦୂଷଣ ମାତ୍ରା ବୃଦ୍ଧ ପାଇଥିଲା ସିଡିଏ ଅଞ୍ଚଳରେ ଏକ୍ୟୁଆଇ ୩୪୪ ରେକର୍ଡ ହୋଇଥିଲା ।
ବାଲେଶ୍ବର କାଳୀଦାସପୁରରେ ବୂାୟୁର ଗୁଣବତ୍ତା ମାନ ୩୬୦, ହାକିମପଡ଼ା ଅନୁଗୁଳରେ ୩୧୫ରେକର୍ଡ ହୋଇଛି । ତେବେ ରାଉରକେଲାରେ ପ୍ରଦୂଷଣର ମାନ ସାମାନ୍ୟ କମ ରହିଛି । ରାଉରକେଲା ଫର୍ଟିଲାଇଜର ଟାଉନସିପରେ ଏକ୍ୟୁଆଇ ୨୦୬ ଏବଂ ରଘୁନାଥପଲ୍ଲିରେ ୨୩୭ ରେକର୍ଡ ହୋଇଛି । ବାରିପଦାରେ ବାୟୁର ଗୁଣବତ୍ତାମାନ ୨୯୯ ରେକର୍ଡ ହୋଇଛି ।