ନୂଆବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି

ନୂଆବର୍ଷରେ ନନ୍ଦନକାନନକୁ ଆସିବେ ନୂଆ ଅତିଥି । ନନ୍ଦନକାନନ ଚିଡ଼ିଆଖାନାକୁ ଆସିବେ ଚିତା, ଧଳା ସିଂହ ଶାବକ ଓ ନୂଆ ପକ୍ଷୀ । ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ଅଧୀନରେ ଜାନୁଆରୀ ମାସରେ ଏମାନଙ୍କୁ ଅଣାଯିବ । ନନ୍ଦନକାନନ ଚିଡ଼ିଆଖାନା ବିଶ୍ୱସ୍ତରୀୟ ହେବ। କାରଣ ନନ୍ଦନକାନନ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ମାଷ୍ଟର ପ୍ଲାନକୁ ଅନୁମୋଦନ କରିଛି ସେଣ୍ଟ୍ରାଲ ଜୁ ଅଥରିଟି।