ସାମ୍ବାଦିକ ଙ୍କୁ ଘେରିବା ସରକାର ଙ୍କୁ ପଡିବ କି ମହଙ୍ଗା ? ପ୍ରଶ୍ନକାଳ ରେ ପ୍ରସଙ୍ଗ, ବିଭାଗୀୟ ମନ୍ତ୍ରୀ ଙ୍କ ଉତ୍ତର ଉପରେ ନଜର

ଚଳିତ ବିଧାନସଭା ଅଧିବେଶନ ପ୍ରଶ୍ନକାଳ ରେ ସାମ୍ବାଦିକ ଙ୍କୁ ଅବହେଳା, ହତାଦର ଓ ନିର୍ଯ୍ୟାତନା ପ୍ରସଙ୍ଗ

ସାମ୍ବାଦିକ ଙ୍କୁ ଘେରିବା ସରକାର ଙ୍କୁ  ପଡିବ କି  ମହଙ୍ଗା  ?  ପ୍ରଶ୍ନକାଳ ରେ ପ୍ରସଙ୍ଗ, ବିଭାଗୀୟ ମନ୍ତ୍ରୀ ଙ୍କ ଉତ୍ତର ଉପରେ ନଜର

ମହାମହିମ ରାଷ୍ଟ୍ରପତିଙ୍କ ଦୁଇଦିନିଆ ଓଡ଼ିଶା ଗ୍ରସ୍ତ ସମୟରେ ସାମ୍ବାଦିକ ମାନଙ୍କୁ ଛଡ଼ା ନ ଯିବା ପ୍ରସଙ୍ଗ ଏବେ ବିଧାନସଭା ଅଧିବେଶନ ପ୍ରଶ୍ନକାଳ ରେ ଉଠିବାକୁ ଯାଉଛି। ଏନେଇ ବିରୋଧୀ ଦଳ ବିଜେପି ବିଧାୟକା କୁସୁମ ଟେଟେ ଆସନ୍ତା ୨୮ତାରିଖରେ ପ୍ରଶ୍ନ ଉଠାଇବେ। ଏନେଇ ଉତ୍ତର ରଖିବେ ବିଭାଗୀୟ ମନ୍ତ୍ରୀ ଯାହାକୁ ନେଇ ସମସ୍ତ ଙ୍କ ନଜର। 

ତେବେ ଗତ କିଛି ଦିନ ହେବ ସରକାର ଯେପରି ସାମ୍ବାଦିକ ମାନଙ୍କୁ ଅବହେଳା କରୁଛନ୍ତି ସେନେଇ ସବୁ ମହଲରେ ଅସନ୍ତୋଷ ଦାନା ବାନ୍ଧୁଛି। କାହିଁକି ନା ଗଣମାଧ୍ୟମ ହେଉଛି ଗଣତନ୍ତ୍ର ର ମେରୁଦଣ୍ଡ, ଏହି ବୃତ୍ତି ପାଇଁ ଓଡ଼ିଶା ସରକାର କାହିଁକି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି ଓ ରାଜ୍ୟ ର ସବୁ ବିଭାଗ କଣ ପାଇଁ ବିମୁଖ ସେନେଇ ସବୁ ସ୍ତରରେ ଉଦବେଗ ପ୍ରକାଶ ପାଇଛି।

ତେବେ ଏ ପ୍ରକାର ନିଷ୍ପତ୍ତି ନେଉଛି କିଏ ?

କେଉଁ ଅଧିକାରୀ ମାନେ ଏନେଇ କାର୍ଯ୍ୟ କରୁଛନ୍ତି ?

ଏହାର ସମାଧାନ କିଏ କରିବ ? 

ଏମିତି କେତେ କ'ଣ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ତେଣୁ ଖୁବ୍ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନେବା ପାଇଁ ସବୁ ମହଲରେ ଦାବି ହେଉଛି।