ଭୁବନ ମହିଳା ମହାବିଦ୍ୟାଳୟ ରେ ଜାତୀୟ ସେମିନାର ଉଦଯାପିତ
ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଦୁଇ ଦିନିଆ ଜାତୀୟ ସେମିନାର ଉଦଯାପିତ ହୋଇଯାଇଛି

ଭୁବନ ୧୭.୪- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ଦୁଇ ଦିନିଆ ଜାତୀୟ ସେମିନାର ଉଦଯାପିତ ହୋଇଯାଇଛି l ରାଜା ରାମମୋହନ ରାୟ ଲାଇବ୍ରେରୀ ପ୍ରତିଷ୍ଠାନ ଆନୁକୁଲ୍ୟରେ ଅନୁଷ୍ଠିତ ସେମିନାର ର ପ୍ରଥମ ସତ୍ରରେ ଅବସରପ୍ରାପ୍ତ ଅଧ୍ୟକ୍ଷା ତଥା ସୁପ୍ରସିଦ୍ଧ ଲେଖିକା ପ୍ରଫେସର ଶକୁନ୍ତଳା ବଳିୟାର ସିଂ ଉପସ୍ଥିତ ରହି ଲାଇବ୍ରେରୀ ର ଉପକାରିତା ଓ ଏହାଦ୍ବାରା ସାଂସ୍କୃତିକ ଜାଗରଣ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l ସୁପରିଚିତ ସ୍ତମ୍ଭକାର ତଥା ପ୍ରକାଶକ ସୌମେନ୍ଦ୍ର ଜେନା ସାଂପ୍ରତିକ ପରିସ୍ଥିତିରେ ଗ୍ରନ୍ଥାଗାର ର ଆବଶ୍ୟକତା ଓ ଗ୍ରନ୍ଥାଗାର ଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ l ଜାତୀୟ ବିଜ୍ଞାନ,ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବ୍ରହ୍ମପୁର ର ଲାଇବ୍ରେରୀ ଆନ ଡ.ନିହାର କାନ୍ତ ପାତ୍ର ଲାଇବ୍ରେରୀ ର ଡିଜିଟାଇଜେସନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ମଠକରଗୋଲା କଲେଜ ଅଧ୍ୟକ୍ଷ ପ୍ରଫେସର ଚିତ୍ତ ରଞ୍ଜନ ଦାଶ ଭାଷାର ଭିନ୍ନତା କୁ ଲାଇବ୍ରେରୀ ହିଁ ଏକତା ସୂତ୍ରରେ ବାନ୍ଧି ରଖି ପାରିବ ବୋଲି ମତବ୍ୟକ୍ତ କରିଥିଲେ l ବାଜି ରାଉତ କଲେଜ ଲାଇବ୍ରେରୀଆନ ନନ୍ଦ କିଶୋର ଧିର , ପଣ୍ଡିତ ପ୍ରମୋଦ କୁମାର ଓଝା , ଶ୍ରୀଧର ସ୍ବାମୀ ମହାବିଦ୍ୟାଳୟ ଷଡ଼ଙ୍ଗୀ ନିଜସ୍ଵ ସନ୍ଦର୍ଭ ପାଠ କରିଥିଲେ l
କାର୍ଯ୍ୟକ୍ରମ କୁ ସଂଯୋଜିକା ଡ ମମତା ପାତ୍ର ସଂଯୋଜନା କରିଥିବା ବେଳେ ସହ ସଂଯୋଜକ କୈଳାସ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ l ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ପ୍ରାଚୀନ କାଳରେ ଲୋକମାନେ ନିଜ ଭାଵନା ଓ ସଂସ୍କୃତିକୁ ସାଇତି ରଖିବା ପାଇଁ ପଥର ଖୋଦେଇ କରି ରଖୁଥିଲେ ଯାହାକି ପୂର୍ବକାଳ ର ଲାଇବ୍ରେରୀ ଥିଲା l ଆଜି ତାହାର ଡିଜିଟାଇଜସନ ହୋଇଛି l ଏହାର ଉପଯୋଗ ଜ୍ଞାନ ବୃଦ୍ଧି ହେବାରେ ସହାୟକ ହେବ ସହ ଆଗାମୀ ପିଢ଼ି କୁ ଉନ୍ନତି ର ବାର୍ତ୍ତା ଦେଇ ପାରିବ ବୋଲି ଆହ୍ବାନ କରିଥିଲେ l କାମାକ୍ଷା ନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ l