ମୋହନ ସରକାର କରିବେ ନିଯୁକ୍ତି ମେଳା

ଆସନ୍ତା ମାସରେ ମୋହନ ସରକାର କରିବେ ନିଯୁକ୍ତି ମେଳା। ରାଜ୍ୟ ସରକାର ଖୁବ୍ ଶୀଘ୍ର ପ୍ରାୟ ୩୫ ହଜାର ନିଯୁକ୍ତି ଦେବେ ।

ମୋହନ ସରକାର କରିବେ ନିଯୁକ୍ତି ମେଳା

ଆସନ୍ତା ମାସରେ ମୋହନ ସରକାର କରିବେ ନିଯୁକ୍ତି ମେଳା। ରାଜ୍ୟ ସରକାର ଖୁବ୍ ଶୀଘ୍ର ପ୍ରାୟ ୩୫ ହଜାର ନିଯୁକ୍ତି ଦେବେ । ନିର୍ବାଚନ ବେଳେ ବିଜେପି ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଅଣ୍ଟା ଭିଡିଛି ମୋହନ ସରକାର । ଏଥିପାଇଁ ପ୍ଲାନ ଅଫ୍ ଆକ୍ସନ ପ୍ରସ୍ତୁତ କରିଛନ୍ତି ସରକାର । 

ଆସନ୍ତା ମାସରେ ନିଯୁକ୍ତି ମେଳା କରି ନିଯୁକ୍ତି ପତ୍ର ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀକୁ ଦେଖି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯିବ । ଆସନ୍ତା ମାସରେ ବିଭିନ୍ନ ବର୍ଗର ପ୍ରାୟ ୨୨ ହଜାର ପଦବୀର ନିଯୁକ୍ତିପତ୍ର ସରକାର ବାଣ୍ଟିବେ ।