ଆଜି ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ

ଆଜି ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ

ଆଜି ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ପ୍ରଥମେ ପୋଷ୍ଟାଲ ବାଲଟ ଗୁଡିକର ଗଣତି ହେବ । ଏହାପରେ ସମସ୍ତ ଦଳର ପ୍ରତିନିଧିଙ୍କ ସାମନାରେ ଆରମ୍ଭ ହେବ ଇଭିଏମର ଭୋଟ ଗଣତି । ୪୦ ଆସନ ବିଶିଷ୍ଟ କ୍ଷୁଦ୍ର ରାଜ୍ୟ ମିଜୋରାମ। ସଂଖ୍ୟା ଗରିଷ୍ଠତା ଲାଗି ୨୧ ଆସନ ଦରକାର ହେଉଥିବାବେଳେ ଏକଜିଟ ପୋଲରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିବା ଆଶା ଦେଖାଯାଇନାହିଁ ।

ଶାସକ ଦଳ ମିଜୋ ନ୍ୟାସନାଲ ଫ୍ରଣ୍ଟକୁ ସର୍ବନିମ୍ନ ୧୦ରୁ ସର୍ବାଧିକ ୧୮ ଆସନ ମିଳିବା ଆଶା ରହିଛି । କଂଗ୍ରେସକୁ ସର୍ବାଧିକ ୨ରୁ ସର୍ବାଧିକ ୧୦ ଆସନ ମିଳିବ ବୋଲି କୁହାଯାଇଛି । ଜେଡପିଏମକୁ ସର୍ବନିମ୍ନ ୧୨ରୁ ସର୍ବାଧିକ ୨୫ ଆସନ ମିଳିବ ବୋଲି କୁହାଯାଇଛି। ବିଜେପିକୁ ସର୍ବାଧିକ ୨ ଆସନ ମିଳିବ ବୋଲି ଏକଜିଟ ପୋଲରେ ଦର୍ଶାଯାଇଛି ।

ଗତକାଲି ଅନ୍ୟ ୪ ରାଜ୍ୟ ସହ ମିଜୋରାମର ଫଳାଫଳ ବାହାରିବାର ଥିଲା। ମାତ୍ର ରବିବାର ପଡ଼ୁଥିବାରୁ ଏକାଧିକ ସଂଗଠନ ବିରୋଧ କରିଥିଲେ। ମିଜୋରାମରେ ଖ୍ରୀଷ୍ଟିୟାନଙ୍କ ସଂଖ୍ୟା ଅଧିକ। ତେଣୁ ଦାବି ଅନୁସାରେ ତାରିଖ ବଦଳାଇଥିଲେ ନିର୍ବାଚନ କମିଶନ।