ଢେଙ୍କାନାଳ ସିଭିଲ୍‌ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଏବଂ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

ଢେଙ୍କାନାଳ ସିଭିଲ୍‌ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ

ଢେଙ୍କାନାଳ ସିଭିଲ୍‌ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଏବଂ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

 ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ପ୍ରଥମ ରାଷ୍ଟ୍ରୀୟଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଭାରାପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତି ଶ୍ରୀମତି ସବିତା ଦାସ ଙ୍କ ତତ୍ବାବଧାନରେ ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଅଛି । ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ ୨୫୧୪ ଟି ମାମଲା ଫଏସଲା କରାଯାଇଅଛି । ସେଥିମଧ୍ୟରୁ ମୋଟର ଦୁର୍ଘଟଣାଜନିତ ୨୯ଟି , ବିବାହ ଏବଂ ପାରିବାରିକ ମାମଲା ୯ଟି , ଦେଓାନୀ ମାମଲା ୧୦୧ଟି , ବିଭିନ୍ନ ପ୍ରକାରର ଫୌଜଦାରୀ ମାମଲା ୩୪୨ ଟି , ରାଜସ ମାମଲା ୨୦୩୩ଟି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ଭାବରେ ସମାଧାନ କରାଯାଇଛି । ମୋଟର ଦୁର୍ଘଟଣାଜନିତ ପ୍ରାପ୍ୟବାବଦକୁ ଟ.୨ , ୦୮ , ୯୬ , ୦୦୦/- ପ୍ରଦାନ କରାଯାଇଅଛି ଏବଂ ଅନ୍ୟାନ୍ୟ ମାମଲା ଗୁଡିକରେ ଜୋରିମାନା ଓ ବ୍ୟାଙ୍କ ଋଣ ଫଏସଲା ବାବଦକୁ ଟ.୧୧ , ୦୨୯ , ୯୪୪.୨୫ / - ଜିଲ୍ଲାର ସମସ୍ତ ଅଦାଲତ ମାନଙ୍କରେ ଆଦାୟ କରାଯାଇଅଛି । ଢେଙ୍କାନାଳ ସିଭିଲ୍‌କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟଲୋକ ଅଦାଲତରେ ପାରିବାରିକ ଅଦାଲତର ବିଚାରପତି ଶ୍ରୀ ସୂର୍ଯ୍ୟନାରାୟଣ ଦ୍ବିବେଦି , ଅତିରିକ୍ତ ଜିଲ୍ଲାଜଜ୍ ଡ . ଜୀବନଜ୍ୟୋତି ରଥ , ବରିଷ୍ଟ ଦେୱାନୀବିଚାରପତି ଶ୍ରୀମତି ସତରୂପା ଶତପଥୀ , ଅତିରିକ୍ତ ବରିଷ୍ଟ ଦେୱାନୀ ଅଦାଲତ ବିଚାରପତ ଶସିରେଖା ମିଶ୍ର , ବରିଷ୍ଟ ଦେୱାନୀ ବିଚାରପତି ( ମହିଳା ଅଦାଲତ ) ଶ୍ରୀମତୀ ସାବିତ୍ରୀ ନାୟକ , ଉପଖଣ୍ଡ ବିଚାରବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀ ସୁଦ୍ଧିରଂଜନ ଦାଶ , ପ୍ରଥମ ଶ୍ରେଣୀ ବିଚାରବିଭାଗିୟ ମାଜିଷ୍ଟ୍ରେଟ ସୁଧାଶ୍ରୀ ସୁଝଳିଆ , ଗାର୍ଗୀ ରାୟ ବିଭିନ୍ନ ଅଦାଲତ ଗୁଡିକ ପରିଚାଳନାକରିଥିଲେ । ଉକ୍ତଲୋକଅଦାଲତ ରେ ଅତିରିକ୍ତ ଜିଲ୍ଲାଜଜ୍ ତଥା ସ୍ଵତନ୍ତ୍ର କୋର୍ଟ POCSO ଶ୍ରୀ ଆକାଙ୍ଖିତ ମିଶ୍ର , ରେଜିଷ୍ଟ୍ରାର ସିଭିଲକୋର୍ଟ ଶ୍ରୀମତି ଅଳକାନନ୍ଦା ମହାନ୍ତି ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତର ବିଚାରପତି ଶ୍ରୀମତି ମମିତା ସାହୁ , ସରକାରୀ ଆଇନଜୀବି ଶ୍ରୀ ପତିତପାବନ ମହାପାତ୍ର , କନସିଲିଏଟର , ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତ ସୁଭାସିନି ମହାକୁଡ , ସ୍ଵାୟୀ ଏବଂ ନିରନ୍ତରଲୋକ ଅଦାଲତକୁ ପରିଚାଳନା କରିଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପ୍ୟାନେଲଲୟର , ପି.ଏଲ. ଭି . , ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସିଭିଲ୍‌କୋର୍ଟ ର ସମସ୍ତକର୍ମଚାରୀ ଉପରୋକ୍ତ ଲୋକ ଅଦାଲତକୁ ସୁଚାରରପେ ପରିଚାଳନାକରିବାରେ ସହାୟତା କରିଥିଲେ ।

ଢେଙ୍କାନାଳ: ୧୧।୦୨।୨୦୨୩: ଆଜି କୋର୍ଟ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଢେଙ୍କାନାଳ ମୁଖ୍ଯ ଶାଖାର ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ, ଢେଙ୍କାନାଳ ବଜାର ଶାଖାର ଶାଖା ପ୍ରବନ୍ଧକ ବିଶ୍ବରଞ୍ଜନ ମହାପାତ୍ର, ମହିଷପାଟ ଏଡିବିର କ୍ଷେତ୍ରାଧିକାରୀ ଉମେଶ ଚନ୍ଦ୍ର ସାହୁ, ବେଲଟିକ୍ରି କାଇମାଟି ଶାଖାର ଶାଖା ପ୍ରବନ୍ଧକ ଚିରଞ୍ଜୀବ ବରାଳ, ଗୋବିନ୍ଦପୁର ଶାଖାର ଶାଖା ପ୍ରବନ୍ଧକ ଶୁଭମ ଦାସ ବିଶ୍ବାସ ଓ ଷଡଙ୍ଗୀ ଶାଖାର ଶାଖା ପ୍ରବନ୍ଧକ ସୁବ୍ରତ କୁମାର ପଣ୍ଡା ଉପସ୍ଥିତ ରହି ଅନାଦେୟ ଋଣ ସମାଧାନ କରିଥିଲେ।