ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବେ ପୋଲିସର ଅତର୍କିତ ଓ ମରଣାନ୍ତକ ଆକ୍ରମଣ ବିଷୟରେ ଏତଲା 

ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବେ ପୋଲିସର ଅତର୍କିତ ଓ ମରଣାନ୍ତକ ଆକ୍ରମଣ ବିଷୟରେ ଏତଲା 

ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବେ ପୋଲିସର ଅତର୍କିତ ଓ ମରଣାନ୍ତକ ଆକ୍ରମଣ ବିଷୟରେ ଏତଲା 

ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବେ ପୋଲିସର ଅତର୍କିତ ଓ ମରଣାନ୍ତକ ଆକ୍ରମଣ ବିଷୟରେ ଏତଲା 

ଢେ଼ଙ୍କାନାଳ -, ଆଜି ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବେ ପୋଲିସର ଅତର୍କିତ ଓ ମରଣାନ୍ତକ ଆକ୍ରମଣ ବିଷୟରେ ଢେ଼ଙ୍କାନାଳ ବିଜେପି ପକ୍ଷରୁ ଏକ ଏତଲା ଦିଆଯାଇଛି।  ଏତଲାରେ ଉଲ୍ଲେଖ ଅଛି ଯେ ଆମେ ଭାରତୀୟ ଜନତା ପାର୍ଟି ସଦର ଥାନା ଅଞ୍ଚଳର କାର୍ଯ୍ୟକର୍ତ୍ତା , ଆପଣଙ୍କ ଉଦ୍ଦେଶ୍ୟରେ ଜଣାଇବାକୁ ଚାହୁଁଛୁ ଯେ , ଗତ ତା- ୨୮.୦୨.୨୦୨୩ ରିଖ ମଙ୍ଗଳବାର ଦିନ ବିଜେପି ଯୁବ ମୋର୍ଚ୍ଚା , ଓଡ଼ିଶା ପ୍ରଦେଶ ତରଫରୁ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପ୍ରତିବାଦରେ ବିଧାନସଭା ଘେରାଉ କରାଯିବା ନେଇ ପୂର୍ବ ସୂଚନା ଦିଆଯାଇଥିଲା । ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନରୁ ପିଏମଜି ଛକ ପର୍ଯ୍ୟନ୍ତ ଯିବା ବେଳେ ପୋଲିସ ଆମର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବରେ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରିଥିଲା । ସାଧା ପୋଷାକଧାରୀ ପୋଲିସ ଏବଂ ଶାସକ ଦଳର ଗୁଣ୍ଡା ମାନଙ୍କର ମିଳିତ ଆକ୍ରମଣରେ ଶତାଧୀକ ପୁରୁଷ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଆଘାତ ପାଇବା ସହ ଏବେ ଚିକିତ୍ସାଧୀନ ଅଛନ୍ତି । ଶୋଭାଯାତ୍ରା ସମୟରେ ଆମ ମହିଳା କାର୍ଯ୍ୟକର୍ତ୍ତା ମାନଙ୍କୁ ଅସଦାଚାରଣ ସହ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରାଯାଇଥିଲା , ଯାହାର ଦୃଶ୍ୟ ବିଭିନ୍ନ ଗଣମାଧ୍ୟମରେ ପ୍ରଦର୍ଶିତ ହୋଇଛି । ପୋଲିସ ଡିଜି ସୁନିଲ ବଂଶଲ , ଭୁବନେଶ୍ବର - କଟକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଏହି ଘଟଣାର ନିରପେକ୍ଷ ତଦନ୍ତ ନ କରି ଆକ୍ରୋଶମୂଳକ ଭାବେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ , ଯାହା ପୋଲିସର ବିଶ୍ୱସନୀୟତା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଭାରତୀୟ ଜନତା ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ପୋଲିସ ଯେଉଁଭଳି ଅମାନୁଷିକ ଭାବେ ଆକ୍ରମଣ କରିଛି , ସେଥ୍‌ରେ ରାଜ୍ୟର ସାଢେ ୪ କୋଟି ଓଡ଼ିଆ ମାନସିକ ସ୍ତରରେ ଆଘାତ ପାଇଛନ୍ତି । ପୋଲିସ ପ୍ରଶାସନର କିଛି ଅଫିସର ବିଜେଡିର ଏଜେଣ୍ଟ ହୋଇ ଯେଉଁ କାର୍ଯ୍ୟ କରିଛନ୍ତି , ଯାହା ଗଣତନ୍ତ୍ର ପାଇଁ ଶୋଭନୀୟ ନୁହେଁ । ପୋଲିସ ଡିଜି , ଭୁବନେଶ୍ବର - କଟକ ପୋଲିସ କମିଶନର ଓ ଭୁବନେଶ୍ବର ଡିସିପିଙ୍କ ନିର୍ଦ୍ଦେଶରେ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ ଆମ କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିଛନ୍ତି । ଓଡ଼ିଶାର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କୁ ପୋଲିସ ଏଏସଆଇ ହତ୍ୟା କରିଛି । ଏହି କଥାକୁ ବିଜେପି ବାରମ୍ବାର କହୁଥିବାରୁ ପୋଲିସ ପ୍ରଶାସନ ବିଜେପି ଉପରେ ଆକ୍ରୋଶମୂଳକ ମନୋଭାବ ଜାରି ରଖିଛି । ସେଥିପାଇଁ ପୋଲିସ ଏପରି କାର୍ଯ୍ୟ କରିଛି । ତେଣୁ ପୋଲିସ ଡିଜି , ଭୁବନେଶ୍ବର - କଟକ ପୋଲିସ କମିଶନର ଏବଂ ଭୁବନେଶ୍ବର ଡିସିପିଙ୍କ ବିରୋଧରେ ଏତଲା ଦାୟର କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେ ଅନୁରୋଧ କରୁଛୁ ।