ଭୁବନ ହାଇସ୍କୁଲ ପ୍ଲାଟିନମ୍ ଜୁବଲି ମହୋତ୍ସବ ପ୍ରସ୍ତୁତି ବୈଠକ 

ଡିସେମ୍ବର ୯ ଉଦଘାଟନ ଓ ୧୦ ଉଦଯାପନ ଉତ୍ସବ , ଅକ୍ଟୋବର ୨୨ ରେ ଚୁଡାନ୍ତ ବୈଠକ 

ଭୁବନ ହାଇସ୍କୁଲ ପ୍ଲାଟିନମ୍ ଜୁବଲି ମହୋତ୍ସବ ପ୍ରସ୍ତୁତି ବୈଠକ 

ଭୁବନ ୧.୧୦- ଢେ଼ଙ୍କାନାଳ ଜିଲ୍ଲା ର ପୁରାତନ ବିଦ୍ୟାଳୟ ଭୁବନ ଉଚ୍ଚ ବିଦ୍ୟାଳୟ ପ୍ଲାଟିନମ ଜୁବୁଲି ( ହୀରକ ଜୟନ୍ତୀ ) ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ପ୍ରଧାନ ଶିକ୍ଷକ ରୁଦ୍ର ନାରାୟଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଜ୍ଞାନ ଶିକ୍ଷକ ଗଣେଶ୍ୱର ବେହେରା ଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା  ୭୫ ଜଣ ପୁରାତନ ଛାତ୍ର ଉପସ୍ଥିତ ରହି ନିଜ ନିଜର ପ୍ରସ୍ତାବ ଏବଂ ମତ ରଖିଥିଲେ।ପ୍ଲାଟିନମ୍ ଜୁବଲି ମହୋତ୍ସବ ର ସମ୍ପାଦକ  ନିଶାକର ସାହୁ ଏବଂ ଆବାହକ କୃଷ୍ଣ ଚନ୍ଦ୍ର ଆଇଚ ମହୋତ୍ସବ ର ସମସ୍ତ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ।ମହୋତ୍ସବ ଦୁଇ ଦିନ ଧରି ହେବ।ଚଳିତ ବର୍ଷ ଡିସେମ୍ବର ୯ ଏବଂ ୧୦ ତାରିଖ ରେ ମହୋତ୍ସବ ପାଳନ କରାଯିବାକୁ ସର୍ବ ସମ୍ମତ କ୍ରମେ ନିଷ୍ପତି ହୋଇଥିଲା । ଆଜିର ପ୍ରସ୍ତୁତି ବୈଠକ ରେ ପୁରାତନ ଛାତ୍ର  ନଗରପାଳ ଶୁଭେନ୍ଦୁ କୁମାର ସାହୁ,ଧନେଶ୍ଵର ସାହୁ,  ନବକିଶୋର ଗୁରୁ,  କୈଳାଶ ଗୁରୁ,ବେଣୁଧର ପୃଷ୍ଟି, ଦିଲ୍ଲୀପ କୁମାର ଦାସ,  ନରହରି ସାହୁ, ବ୍ରହ୍ମାନନ୍ଦ ସାହୁ,  ସୁବ୍ରତ କୁମାର ସାହୁ, ପ୍ରଭାସ ସେନାପତି, ବିନୋଦ ମହାରଣା, ଦୀପକ ବେହେରା, ଅମ୍ବୁଜ ସାହୁ,ନିରଞ୍ଜନ ଗୁରୁ, ରାମ ଚନ୍ଦ୍ର ରାଉତ, ସନାତନ ଗୁରୁ, ଗଣେଶ୍ୱର ଦାସ,  ହୃଷୀକେଶ ସାହୁ, ଅଜୟ କୁମାର ପଣ୍ଡା,  ସୁବାସ ଚନ୍ଦ୍ର ମେହେଣା, ପ୍ରେମାନନ୍ଦ ପାଣିଗ୍ରାହୀ, ଡ ସୁବାଷ ନାୟକ,  ଭଗଵାନ ଗୁରୁ, ଦିଲ୍ଲୀପ ଦାସ ପ୍ରମୁଖ  ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରବର୍ତ୍ତୀ (ଚୁଡାନ୍ତ )ବୈଠକ ଅକ୍ଟୋବର ୨୨ ତାରିଖ ରବିବାର ପବିତ୍ର ଦୁର୍ଗା ଅଷ୍ଟମୀ ଦିନ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଥିଲା ।


ସୁଶାନ୍ତ କୁମାର ପୋଥାଳ ଭୁବନ ଢେ଼ଙ୍କାନାଳ