ଆଜିଠୁ ପୁରୀକୁ ଗଡିବ ଜଗନ୍ନାଥ ଏକ୍ସପ୍ରେସ
ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ ସେବା ।

ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଜଗନ୍ନାଥ ଏକ୍ସପ୍ରେସ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେବାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ୩୦ଟି ଯାକ ଜିଲ୍ଲାରୁ ପୁରୀ କୁ ସିଧାସଳଖ ଗଡ଼ିବ ଏସି ଡିଲକ୍ସ ଆରାମଦାୟକ ବସ । ତେବେ ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି ସେବା ଆରମ୍ଭ ହେବ ।
ସେବା ଆରମ୍ଭ ହେବା ପରେ ପୁରୀ ସହିତ ୩୦ଟି ଯାକ ଜିଲ୍ଲା ସିଧାସଳଖ ଯୋଡ଼ିହେବ ।
ପ୍ରାଥମିକ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି ଯୋଜନାରେ ସାମିଲ କରାଯାଇଛି। ବଲାଙ୍ଗୀର, ବରଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କୋରାପୁଟ, କଳାହାଣ୍ଡି, କେନ୍ଦୁଝର, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଏହି ପୁରୀ ଗଡ଼ିବ ବସ। ଏହି ସବୁ ଜିଲ୍ଲାରୁ ଭୁବନେଶ୍ୱର ଦେଇ ସିଧାସଳଖ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ । ମୟୂରଭଞ୍ଜ, ଗଜପତି ଓ କେନ୍ଦୁଝରରେ ତିନୋଟି ସ୍ଥାନରେ ବସ ପହଞ୍ଚିବା ପରେ ଏହାର ଶୁଭାରମ୍ଭ ହେବ। ଗାଁରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଲକ୍ଷ୍ମୀ ଯୋଜନାରେ ଥିବା ବସ ଏଣିକି ଲୋକଙ୍କୁ ଉଚିତ ସେବା ଯୋଗାଇ ଦେବ । ଜିଲ୍ଲା ମୁଖ୍ୟାଳୟରୁ ଏହା ଭୁବନେଶ୍ୱର ଦେଇ ପୁରୀକୁ ସିଧାସଳଖ ଚଳାଚଳ କରିବ।