ରାମ ମନ୍ଦିର ପ୍ରତିଷ୍ଠା ଦିନ କ'ଣ ରହିଛି ବିରୋଧୀଙ୍କ ପ୍ଲାନ୍
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଅଧୀର ରଞ୍ଜନ ଚୌଧୁରୀ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ପୂର୍ବରୁ କହିସାରିଛନ୍ତି ।

ଚଳିତ ମାସ ୨୨ ତାରିଖରେ ଉଦଘାଟନ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୬ ହାଜର ଲୋକ ସାମିଲ ହେବେ । ସେହିପରି ବଲିଉଡ ସେଲିବ୍ରିଟି, ଖେଳାଳି, ବଡ଼ ବଡ଼ ଉଦ୍ୟୋଗପତିଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଉଦଘାଟନ ସମାରୋହରେ ଯୋଗ ଦେବେ ।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ଅଧୀର ରଞ୍ଜନ ଚୌଧୁରୀ ରାମ ମନ୍ଦିର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ପୂର୍ବରୁ କହିସାରିଛନ୍ତି । ଏହା ବ୍ୟତିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଅଖିଲେଶ ଯାଦନ, ଉଦ୍ଧବ ଠାକରେ, ଅରବିନ୍ଦ କେଜ୍ରିୱାଲ, ସରଦ ପୱାର ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ।
କ'ଣ ରହିଛି ବିରୋଧୀଙ୍କ ପ୍ଲାନ୍
କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବର୍ତ୍ତମାନ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଅଛନ୍ତି । ଯେଉଁଥି ପାଇଁ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ରାହୁଲ ଗାନ୍ଧି ଏକ ମନ୍ଦିରରେ ପୂଜାର୍ଚ୍ଚନା କରିବେ । ସେହିପରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୨ ତାରିଖ ଦିନ କାଲି ଘାଟରେ ପୂଜାର୍ଚ୍ଚନା କରିବେ ଏହା ପରେ ଏକ ବିଶାଳ ରାଲି ବାହର କରିବେ । ଯାହା ପରେ ମନ୍ଦିକ, ମସଦିଜ ଚର୍ଚ୍ଚ ଏବଂ ଗୁରୁଦ୍ୱାରାକୁ କଭର କରିବେ ।
ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଯୋଧ୍ୟା ଯିବେ ନାହିଁ ସେହିଦିନ ଯେ ନାସିକର କାଲାରାମ ମନ୍ଦିରରେ ମହା ଆଳତି କରିବା ନେଇ ସୂଚନା ରହିଛି । ଯେଉଁଥିରେ ସେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ମଧ୍ୟ ଆମନ୍ତ୍ରିତ କରିଛନ୍ତି ।