ଓଡିଶାକୁ ମୌସୁମୀର ପ୍ରଥମ ସ୍ପର୍ଶ
ରାଜ୍ୟରେ ମୌସୁମୀ ଆଗମନ , ଆଜି ସକାଳୁ ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ହୋଇଛି ।

ତାତିରୁ ମିଳିଲା ଆଶ୍ୱସ୍ତି, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷିଲା ମୌସୁମୀ ର ପ୍ରଥମ ବର୍ଷା
ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଦିନେ ଦୁଇ ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରି ଥିବା ବେଳେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ଆଜି ସକାଳେ ଭୁବନେଶ୍ୱରର ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ହୋଇଛି। ସେହିପରି ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜି ୧୧ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲ୍ଲା ଗୁଡ଼ିକ ଖୋର୍ଦ୍ଧା (ଭୁବନେଶ୍ୱର), ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ରାୟଗଡ଼ା, ଗଜପତି, ଗଂଜାମ, ନବରଙ୍ଗପୁର ଓ କଳାହାଣ୍ଡି। ଏହି ସବୁ ଜିଲ୍ଲା ଗୁଡ଼ିକୁ ୩ ଘଣ୍ଟା ପାଇଁ ବର୍ଷା ହେବା ନେଇ ଆଲର୍ଟ ଜାରି କରାଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଜିଠାରୁ ରାଜ୍ୟରେ ପାଗରେ ପରିବର୍ତ୍ତନ ହେବ। ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ପରବର୍ତ୍ତୀ ସମୟରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ଏଣିକି ବର୍ଷା ପରିମାଣ ବଢ଼ିବ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଅଗ୍ରସର ହେବାକୁ ଥିବାବେଳେ ଏହା ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ ବୋଲି ପାଣିପାଗ କେନ୍ଦ୍ର କୁହାଯାଇଛି । ତେବେ ପାଣିପାଗ ବିଭାଗ ଏହାକୁ ପ୍ରଥମେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ବୋଲି କହୁଥିବା ବେଳେ ଲୋକେ କିନ୍ତୁ ଏହାକୁ ମୌସୁମୀ ର ପ୍ରଥମ ବର୍ଷା ବୋଲି କହୁଛନ୍ତି ।
କାରଣ ଲୋକଙ୍କ କହିବକଥା ହେଲା -
ଲଘୁଚାପ ତ ହୋଇନି ,
କାଳବୈଶାଖୀ ବି ନୁହେଁ,
ଘୂର୍ଣ୍ଣିବଳୟ ବି ତ ସୃଷ୍ଟି ହୋଇନି ,
କୌଣସି ଝଡ଼ ତୋଫାନ ର ପ୍ରଭାବ ବି ନୁହେଁ,
ଏପରିକି ବାତ୍ୟା ର ପୂର୍ବାନୁମାନ ମଧ୍ୟ ନୁହେଁ,
ତା ହେଲେ ଇଏ କଣ ?
ହଁ ଏଇଆ କହି ହେବ ଯେ ପାଣିପାଗ ବିଭାଗ କହିଛି କାଲି ଓଡ଼ିଶା ଛୁଇଁବ ମୌସୁମୀ, ତାହେଲେ ଆଜି ବର୍ଷା ହେବାର ଅସୁବିଧା କେଉଁଠି, ତେଣୁ ଏହା ମୌସୁମୀ ର ପ୍ରଥମ ସ୍ପର୍ଶ
ତାଛଡା ମୌସୁମୀ ବର୍ଷା ଆସିଲା ବେଳେ କଣ ପ୍ଲାକାର୍ଡ ଧରି କି ଆସିବ ନା କ'ଣ, ନା ସେଥିରେ ଟ୍ୟାଗ୍ ହୋଇ ଥିବ ଯେ ଏହା ମୌସୁମୀ ବର୍ଷା ବୋଲି ,
ତେଣୁ ଆଜି ପ୍ରଥମେ ମୁଷଳ ଧାରା ର ବର୍ଷା ପରେ ବି ଝିପି ଝିପି ବର୍ଷା ଲାଗି ରହିଛି ତେଣୁ ଏହା ମୌସୁମୀ ର ପ୍ରଥମ ବର୍ଷା ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ବିଶେଷଜ୍ଞ ଙ୍କ ମତ
ଅପରପକ୍ଷେ ଆଜିର ପାଣିପାଗ ଓ ବର୍ଷା ଧାରା କୁ ଦେଖି ପାଣିପାଗ ଆଜି ଟ୍ଵିଟ୍ କରିଛି -