5T ସଚିବ ଙ୍କୁ ଭେଟିଲେ ମହାପୁରୁଷ ଅଚ୍ୟୁତାନନ୍ଦ ପିଠ ମନ୍ଦିର ନିର୍ମାଣ କମିଟି ସଦସ୍ୟ

ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ଦେବସ୍ନାନ ପୁର୍ଣିମା କୁ ନିମନ୍ତ୍ରଣ କଲେ କମିଟି

5T ସଚିବ ଙ୍କୁ ଭେଟିଲେ ମହାପୁରୁଷ ଅଚ୍ୟୁତାନନ୍ଦ ପିଠ ମନ୍ଦିର ନିର୍ମାଣ କମିଟି ସଦସ୍ୟ

5t ସଚିବ ଶ୍ରୀ ଭି କେ ପାଣ୍ଡିଆନ ଙ୍କୁ ଭେଟିଲେ ମହାପୁରୁଷ ଅଚ୍ୟୁତାନନ୍ଦ ପିଠ ର ମନ୍ଦିର ନିର୍ମାଣ କମିଟି। କମିଟି ର ଉପ ସଭାପତି ତଥା ଇଫକୋ ର ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବେଉରା ଙ୍କ ନେତୃତ୍ୱ ରେ ଏକ ୫ଜଣିଆ କମିଟି ପାଣ୍ଡିଆନ ଙ୍କ ବାସ ଭାବନରେ ଭେଟି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ତା ସହିତ ଅଚ୍ୟୁତାନନ୍ଦ ପୀଠ ର ଉନ୍ନତି ଓ ତାର ଅଗ୍ରଗତି ନିମନ୍ତେ ଆଲୋଚନା କରିବା ସହ ଆଗକୁ ହେବାକୁ ଥିବା ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଦେବସ୍ନାନ ପୁର୍ଣିମା ପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ l

ଏଠାରେ ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସ ୨୯ ତାରିଖରେ ଶ୍ରୀଯୁକ୍ତ ପଣ୍ଡିଆନ ଅଚ୍ୟୁତାନନ୍ଦଙ୍କ ଗାଦୀ ପୀଠ ପଦ୍ମବନରେ ପହଞ୍ଚି ମହାପୁରୁଷଙ୍କ ପୀଠର ବିକାଶ ନେଇ ଅତ୍ୟୁତାନନ୍ଦ ଗୋପୀନାଥଜୀଉ ଟ୍ରଷ୍ଟ ବୋର୍ଡର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ । ଯଦିଓ ଅଚ୍ୟୁତାନନ୍ଦ ପୀଠ ର ଯଥେଷ୍ଟ ମହାତ୍ମ ରହିଛି ଏବଂ ବହୁ ପ୍ରସିଦ୍ଧ ଅଚ୍ୟୁତାନନ୍ଦ ଙ୍କ ରଚିତ ମାଳିକା ଜନମାନସରେ ବେଶ୍ ଲୋକାଦୃତ ସେଦୃଷ୍ଟିରୁ କଳିଯୁଗର ଭବିଷ୍ୟ ବାଣୀ ନେଇ କାହିଁ କେଉଁ କାଳରୁ ଲୋକ ଙ୍କ ଏହା ଉପରେ ଏକ ସମ୍ପୂର୍ଣ ଆସ୍ଥା ରହିଛି। କିନ୍ତୁ ଏହି ପୀଠ ଯଥେଷ୍ଟ କ୍ଷତି ଲାଭ କରିଥିଲେ ମଧ୍ୟ ପୀଠ ର କିନ୍ତୁ ସେହିପରି ବିକାଶ ହୋଇନାହିଁ । କିନ୍ତୁ 5t ସଚିବ ଶ୍ରୀ ଭି କେ ପାଣ୍ଡିଆନ ପୀଠ ରେ ପହଞ୍ଚି ଏହାର ବିକାଶ ନେଇ ଯେପରି ପ୍ରତିଶ୍ରୁତି ଦେଇଥିଲେ ତାହା ଭକ୍ତ ମାନଙ୍କ ମଧ୍ୟରେ ଖୁସିର ଲହର ଖେଳାଇ ଦେଇଥିଲା । ସେଥିପାଇଁ କମିଟି ପଣ୍ଡିଆନ ଗ୍ରସ୍ତ କରିଥିବା ସମୟର ଫଟୋ ଓ ମହାପୁରୁଷ ଙ୍କୁ ଦର୍ଶନ କରିଥିବା ବେଳର ଫଟୋ ର ଏକ ସୁନ୍ଦର ଫଟୋ ଚିତ୍ରା ପଣ୍ଡିଆନ ଙ୍କୁ ଭେଟି ପ୍ରଦାନ କରିଛନ୍ତି। 

ଏଥି ସହିତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଶକ୍ତି ମିଶନ ସଚିବ ଶ୍ରୀମତି ସୁଜାତା ର କାର୍ତ୍ତିକେୟନ ଓ ମୁଖ୍ୟମନ୍ତ୍ରୀ ଙ୍କ ଯୁଗ୍ମ ସଚିବ ଶ୍ରୀ ଆଦିତ୍ୟ ମହାପାତ୍ର ଙ୍କୁ ଭେଟି ମଧ୍ୟ ମହାପୁରୁଷ ଙ୍କ ଦର୍ଶନ ପାଇଁ ନିମନ୍ତ୍ରଣ ଜଣାଇଥିଲେ।