କନ୍ଦରପୁର ରେ ପାଳିତ ହେଲା ପ୍ରସିଦ୍ଧ ବହୁଚରା ପୂଜା

ଯୋଗ ଦେଲେ ରାଜ୍ଯ ତଥା ରାଜ୍ଯ ବାହାରୁ ଆସିଥିବା ବରିଷ୍ଠ ଗୁରୁ କିନ୍ନର ।  

କନ୍ଦରପୁର ରେ ପାଳିତ ହେଲା ପ୍ରସିଦ୍ଧ ବହୁଚରା ପୂଜା

କନ୍ଦରପୁର ରେ ପାଳିତ ହେଲା ପ୍ରସିଦ୍ଧ ବହୁଚରା ପୂଜା , ଯୋଗ ଦେଲେ ରାଜ୍ଯ ତଥା ରାଜ୍ଯ ବାହାରୁ ଆସିଥିବା ବରିଷ୍ଠ ଗୁରୁ କିନ୍ନର ।

କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ଠାରେ ଥିବା ବେଲ କିନ୍ନର ଗ୍ରୁପ ତରଫରୁ ବାର୍ଷିକ ପୂଜା ମା ବହୁଚରା ପୂଜା ଅନୁଷ୍ଠିତ ହୋଇଯାଇଛି। ଏଥିରେ କିନ୍ନର ସମାଜର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଗୁରୁମାନେ ଯୋଗ ଦେଇଥିଲେ। ମୁଖ୍ୟ ଭାବରେ ବଡଗୁରୁ ନାଜରା କିନ୍ନର , ଗୁରୁ ଖୁସୁବୁ କିନ୍ନର ଯୋଗ ଦେଇଥିଲେ। ପ୍ରାୟ ଦୀର୍ଘ ୭ ବର୍ଷ ଧରି ପାଳିତ ହେଉଥିବା ଏହି ପୂଜା ଅର୍ଚ୍ଚନା ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରସିଦ୍ଧି ଲାଭ କରିଛି 

ବେଶ ଶାନ୍ତି ଶୃଙ୍ଖଳା ସହିତ ସ୍ଥାନୀୟ କିନ୍ନର ମାନେ ଏହାକୁ ଆୟୋଜିତ କରିବା ସହ ନିମନ୍ତ୍ରଣ ପାଇ ଆସିଥିବା ଗୁରୁଜନ ଓ ବନ୍ଧୁ ପରିଜନ ବର୍ଗ ମାନେ ଏହି ପୂଜାରେ ଯୋଗ ଦେଇ ମା ବହୁଚରା ଙ୍କ ଆଶୀର୍ବାଦ ଭିକ୍ଷା କରିଥାନ୍ତି ଏଥି ସହ ଜଗତର ମଙ୍ଗଳ , ସମାଜର ମଙ୍ଗଳ କାମନା ସହ ସୁଖ ସମୃଦ୍ଧି ରେ କିପରି ମଣିଷ ସମାଜ ରହୁ ସେନେଇ କିନ୍ନର ଗୁରୁ ମାନେ ସଦା ସର୍ବଦା ପ୍ରାର୍ଥନା କରିଥାନ୍ତି l

ଏହି ଅବସରରେ କିନ୍ନର ମାନଙ୍କ ଦ୍ବାରା ଆୟୋଜିତ ହୋଇଥିଲା ଦରିଦ୍ର ନାରାୟଣ ସେବା,

ସ୍ଥାନୀୟ ଅଞ୍ଚଳର କେତେକ ଗରିବ ଗୁରୁବଙ୍କୁ କିନ୍ନର ମାନେ ନିଜ ନିଜ ସକ୍ଷମ ମୁତାବକ ଦାନ ଧର୍ମ କରିଥିଲେ 

ତେବେ ମା ଙ୍କ ପୂଜର୍ଚ୍ଚନା ପରେ ଆୟୋଜିତ ହୋଇଥିଲା ଭସାଣି ମହୋତ୍ସବ ,ଏଥିରେ କନ୍ଦରପୁର କିନ୍ନର ଗ୍ରୁପର ମାନସୀ କିନ୍ନର , ଦେବା କିନ୍ନର , ବର୍ଷା , ଚୁଲବୁଲି , କାଜଲ , ଲକ୍ଷ୍ମୀ , ମନିଷା , ବାବୁନି କିନ୍ନର ସମେତ ଅନେକ କିନ୍ନର ଗୃପ ଯୋଗ ଦେଇ ଥିଲେ , ନାଚ ଗୀତ ସହ ଆନନ୍ଦ ଉଲ୍ଲାସ ମଧ୍ୟରେ ଗୁରୁ କିନ୍ନର ମାନଙ୍କ ନେତୃତ୍ୱରେ ସମସ୍ତ ଯୁବ କିନ୍ନର ଙ୍କ ସହଯୋଗରେ ବାର୍ଷିକ ବହୁଚରା ପୂଜା ଓ ଭସାଣି ପର୍ବ ମହା ଆନନ୍ଦ ଉଲ୍ଲାସ ମଧ୍ୟରେ ଶେଷ ହୋଇଥିଲା।

ତେବେ ଏହି ପୂଜା ଆୟୋଜିତ ହେବା ଦ୍ବାରା ନିଶ୍ଚିନ୍ତ ଭାବରେ ସ୍ଥାନୀୟ ଅଞ୍ଚଳରେ ଭାଇଚାରା ବୃଦ୍ଧି ହେବା ସହ ଜଗତ କଲ୍ୟାଣ ପାଇଁ ଏହା ଏକ ମାଧ୍ୟମ ବୋଲି ଗୁରୁ ବେଲ କିନ୍ନର କହିଛନ୍ତି

କନ୍ଦରପୁର ରୁ ଇନ୍ଦୁ ଭୁଷଣ ଦାସ ଙ୍କ ରିପୋର୍ଟ

onm news