ଅର୍ଚ୍ଚନା ନାଗ୍ ଙ୍କୁ ହତ୍ୟା ଧମକ

ହତ୍ୟା ପାଇଁ ଧମକ ମିଳୁଥିବା ଅର୍ଚ୍ଚନାଙ୍କ ଅଭିଯୋଗ -‘ମୋ ଜୀବନ ପ୍ରତି ବିପଦ ଅଛି’

ଅର୍ଚ୍ଚନା ନାଗ୍ ଙ୍କୁ ହତ୍ୟା ଧମକ

ଭୁବନେଶ୍ୱର : ଅର୍ଚ୍ଚନା ନାଗଙ୍କୁ ହତ୍ୟା ଧମକ ! କ୍ୟାପିଟାଲ ଲ’କଲେଜ ସାମ୍ନାରେ ଅର୍ଚ୍ଚନାଙ୍କୁ ଧମକ ଦେଲେ ଦୁର୍ବୁତ୍ତ I ଏନେଇ ଖୋଦ୍‌ ଅର୍ଚ୍ଚନା ହିଁ କରିଛନ୍ତି ଅଭିଯୋଗ । ଗଣମାଧ୍ୟମ ଆଗରେ ସେ କହିଛନ୍ତି ସେ ପରୀକ୍ଷା ଦେବାକୁ ଆସୁଥିବାବେଳ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି କଲେଜ ଗେଟ ବାହାରେ ତାଙ୍କୁ ଧମକ ଦେଇଛନ୍ତି । ପୁଣି ଥରେ ମିଛ କେସ୍‌ରେ ଫସାଇ ଜେଲ୍‌ ପଠାଇଦେବେ ବୋଲି ସେମାନେ କହିବା ପରେ ଚାଲିଯାଇଛନ୍ତି । ତେବେ ପରୀକ୍ଷା ପରେ ସେ ଯାଇ ଥାନାରେ ଅଭିଯୋଗ କରିବେବୋଲି ଗଣ ମାଧ୍ୟମକୁ କହିଛନ୍ତି I

ଏହାସହ ଅର୍ଚ୍ଚନା କହିଛନ୍ତି ମୁଁ ଡରିବା ପିଲା ନୁହେଁ I ସମୟ ଆସିଲେ ସବୁ କହିବି I ମୋର ନିଜ ଉପରେ ଭରସା ଅଛି,ଆଇନ ଉପରେ ବିଶ୍ୱାସ ଅଛି ମୋତେ ନ୍ୟାୟ ନିଶ୍ଚୟ ମିଳିବ I ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କର ସତ୍ ସାହାସ ଥିଲେ ସାମ୍ନାକୁ ଆସନ୍ତୁ। ମୁଁ ସତ୍ ରେ ଅଛି ଡ଼ରିନି। ଡରିବା ଅପେକ୍ଷା ମରିବାକୁ ଅଧିକ ପସନ୍ଦ କରିବି। ସବୁ ପ୍ରମାଣ ମୋ ପାଖରେ ଅଛି। ମହିଳାଙ୍କୁ ଅସମ୍ମାନ କରିବା ଠିକ୍ ନୁହେଁ । ଏହା ରାଜ୍ୟକୁ ଶୋଭା ଦେଉନାହିଁ ।